Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଢେଙ୍କାନାଳରେ କାୟା ମେଲାଉଛି କରୋନା, ନେଉଛି ଜଣଙ୍କ ପରେ ଜଣଙ୍କ ଜୀବନ : ୧୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

4/10/2020 at 6:58 PM

ଢେଙ୍କାନାଳ ୪।୧୦: ଢେଙ୍କାନାଳରେ କାୟା ମେଲାଉଛି ମହାମାରୀ କରୋନା । ଆଉ ଏହି ମହାମାରୀ ପ୍ରଭାବରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡି ଚାଲିଛି । ଗତ କିଛି ଦିନ ହେଲା ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଥିବା ଜଣାପଡିଛି । ଏପରିକି ଶୁକ୍ରବାର ଗୋଟିଏ ଦିନରେ କରୋନାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶନିବାର ଭୁବନ ଅଂଚଳର ଜଣେ ୭୦ବର୍ଷ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଫଳରେ ଢେଙ୍କାନାଳ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି ।

ତେବେ ୨୪ଘଣ୍ଟା ମଧ୍ୟରେ ୮୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୯୭୯ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୩୬୩ ଚିକିତ୍ସ ପରେ ସୁସ୍ଥ ହୋଇଥିବା ବେଳେ ଏବେ ମଧ୍ୟ ୬୦୬ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ଏପରିସ୍ଥଳେ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨ ତାରିଖରୁ ଅପରାହ୍ନ ୨ଟା ପରଠାରୁ ପ୍ରତ୍ୟେକ ଦିନ ଢେଙ୍କାନାଳ ପୌରାଞ୍ଚଳକୁ ମଧ୍ୟ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା । ଯାହା ଏବେ ବଳବତ୍ତର ରହିଛି ।

   Related Posts