କଟକରେ କରୋନା ମୁକାବିଲା: ପ୍ରତି ଓ୍ୱାର୍ଡରେ କମିଟି, ମନିଟରିଂ କରୁଛନ୍ତି ବରିଷ୍ଠ ଅଧିକାରୀ

Published By : Prameya-News7 Bureau | June 27, 2020 IST

କଟକ, ୨୭|୦୬:  କରୋନା ମୁକାବିଲା ନେଇ କଟକର ପ୍ରତି ଓ୍ୱାର୍ଡରେ କମିଟି ଗଠନ କରାଯାଇଛି । ପ୍ରତି ଓ୍ୱାର୍ଡରେ ଜଣେ ବରିଷ୍ଠ ଅଧିକାରୀ ତଦାରଖ କରୁଛନ୍ତି ।ପୂଜା ଓ ସାହି କମିଟିର ସହଯୋଗ ନିଆଯାଉଛି ବୋଲି ମିଳିତ ସାମ୍ମାଦିକ ସମ୍ମିଳନୀରେ କହିଛନ୍ତି କୃଷି ସଚିବ । ଏହି ସାମ୍ବାଦିକ ସମ୍ମିଳନୀର କୃଷି ସଚିବଙ୍କ ସହ ସିଏମସି କମିଶନର ମଧ୍ୟ ଉପସ୍ଥିତ ଥିଲେ ।

ସିଏମସି କମିଶନର କହିଛନ୍ତି ଯେ, ବିଏମସି ଅଞ୍ଚଳକୁ ୫୧୦୧ଜଣ ଫେରିଛନ୍ତି । ୩୮୯୨ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି ।୯୪୯ଜଣ ସରକାରୀ କ୍ୱାରେଣ୍ଟାଇନରେ ରହିଛନ୍ତି । ୨୬୦ ଜଣ ପ୍ରବାସୀ ପେଡ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ସମସ୍ତଙ୍କୁ ଟ୍ରାକ୍ କରି କ୍ୱାରେଣ୍ଟାଇନରେ ରଖାଯାଇଛି । କରୋନା ମୁକାବିଲା ପାଇଁ ସିଏମସି ପକ୍ଷରୁ ୧୦ଟି ରେସପନ୍ସ ଟିମ୍ ଗଠନ ହୋଇଛି ।

କଟକରେ ୧୦ ହଜାର ବରିଷ୍ଠ ନାଗରିକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ସେମାନଙ୍କୁ ବୁକଲେଟ୍ ନମ୍ବର ଦିଆଯାଇଛି । କରୋନା ମୁକାବିଲା ନେଇ କଟକର ପ୍ରତି ଓ୍ୱାର୍ଡରେ କମିଟି ଗଠନ କରାଯାଇଛି । ପ୍ରତି ଓ୍ୱାର୍ଡରେ ଜଣେ ବରିଷ୍ଠ ଅଧିକାରୀ ତଦାରଖ କରୁଛନ୍ତି ।ପୂଜା ଓ ସାହି କମିଟିର ସହଯୋଗ ନିଆଯାଉଛି । ତଥ୍ୟ ଦେବାରେ ଅଙ୍ଗନଓ୍ୱାଡି, ଆଶା କର୍ମୀ ସହାୟତା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.