କଟକ ସହରରୁ ଆଉ ୧୨୫ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୩୪

Published By : Prameya-News7 Bureau | August 25, 2020 IST

କଟକ, ୨୫|୦୮: କଟକ ସହରରୁ ମଙ୍ଗଳବାର ୧୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୬୫୩ରେ ପହଁଚିଛି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତ ୩୪ ଜଣ ରହିଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ଜଣ ରହିଛନ୍ତି ।

wp:html /wp:html

କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ମଧ୍ୟକୁ ୩୪ଜଣ କଣ୍ଟେନମେଣ୍ଟ ଜୋନ୍‌ର ହୋଇଥିବା ବେଳେ ୨୪ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୩୩ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ।

ସୂଚନାଯୋଗ୍ୟ, କଟକ ସହରରୁ ଏବେସୁଦ୍ଧା ୩୬୫୩ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୨୨୦୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୨୧ଜଣ ପ୍ରାଣ ହରାଇଥିବା ବେଳେ ଏବେବି ୧୪୨୮ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.