Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଉତ୍ତରପ୍ରଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ଗୋଟିଏ ଦିନରେ ୨୦୫୧୦ ସଂକ୍ରମିତ ଚିହ୍ନଟ

14/04/2021 at 5:18 PM

ଲକ୍ଷ୍ନୌ ୧୪/୪: ଜନସଂଖ୍ୟା ଦୃଷ୍ଟିରୁ ଦେଶରୁ ସବୁଠୁ ବଡ଼ ରାଜ୍ୟରେ ଉତ୍ତରପ୍ରଦେଶର କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। କରୋନା ସ୍ଥିତି ସଙ୍ଗୀନ ହୋଇପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସବୁଠୁ ଚିନ୍ତାର ବିଷୟ ହେଉଛି, ରାଜ୍ୟରେ ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦,୫୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ୧୮,୦୨୧ ନୂଆ ସଂକ୍ରମତିକ ଚିହ୍ନଟ ହୋଇଥିଲେ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ଏବେ ଉତ୍ତରପ୍ରଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୮୩୫ରେ ପହଞ୍ଚିଛି। ସେପଟେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ରେମଡେସିଭିର ଚାହିଦା ହଠାତ ବଢ଼ବାରେ ଲାଗିଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଗୁଜୁରାଟର ଅହମଦାବାଦରୁ ଇଞ୍ଜେକ୍ସନର ୨୫ ହଜାର ଡୋଜ୍‌ ଆଣିବାକୁ ନି​‌ର୍ଦେଶ ଦେଇଛନ୍ତି।

ରାଜ୍ୟରେ କରୋନା ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଖୋଦ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ଲକ୍ଷ୍ୟଣ ଦେଖାଯିବା ପ​‌ରେ କରୋନା ଟେଷ୍ଟ କରାଇବାରୁ ରିପୋର୍ଟ ପଜିଟିଭ୍‌ ଆସିଥିବା ଯୋଗୀ ଟ୍ବିଟ୍‌ କରିଛନ୍ତି। ଏବେ ଆଇସୋଲେସନ୍‌ରେ ଥିବା ସମସ୍ତ ସରକାରୀ କାର୍ଯ୍ୟ ଭର୍ଚୁଆଲ ମାଧ୍ୟମରେ କରୁଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ ଜଣାଇଛନ୍ତି।  

   Related Posts