Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଦିଲ୍ଲୀରେ କମୁଛି କରୋନା ସଂକ୍ରମଣ ! ୨୪ ଘଣ୍ଟାରେ ୬୪୩୦ ସଂକ୍ରମିତ ଚିହ୍ନଟ, ୧୧ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ

15/05/2021 at 4:32 PM

ନୂଆଦିଲ୍ଲୀ ୧୫/୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ​‌ରେ ବ୍ରେକ ଲାଗୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସମୟ ଭିତରେ ୧୧୫୯୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଦିନକରେ ୫୬୮୧୧ ଟେଷ୍ଟିଂ କରାଯାଇଥିବା ବେଳେ ସଂକ୍ରମଣ ହାର କମି ୧୧.୩୨ ପ୍ରତିଶତରେ ପହଞ୍ଚିଛି। ୨୪ ଘଣ୍ଟାରେ ୫୩୪୨ ଜଣ କରୋନା ଟିକା ମଧ୍ୟ ନେଇଛନ୍ତି।

ଦିଲ୍ଲୀରେ ଏବେ ସୁଦ୍ଧା ମୋଟ ୪୩୫୧୧୬୭ ଭ୍ୟାକସିନ୍‌ ଡୋଜ୍‌ ଲୋକଙ୍କୁ ଦିଆସରିଛି। ରାଜଧାନୀ ଦିଲ୍ଲରେ କରୋନା ମୃତ୍ୟୁ ସଂଖ୍ୟା ୨୧ ହଜାର ପାର କରି ୨୧୨୪୪ରେ ପହଞ୍ଚିଛି। ମୋଟ ୧୩୮୭୪୧୧ ସଂକ୍ରମିତ ଚିହ୍ନଟ ହୋଇସାରିଥିବା ବେଳେ ଏବେ ସୁଦ୍ଧା ୧୨୯୯୮୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୬୬୨୯୫ ସକ୍ରିୟ କରୋନା ସଂକ୍ରିମତ ଥିବା ବେଳେ ସଂକ୍ରମଣ ହାର ୭.୬୧ ପ୍ରତିଶତ ରହିଛି। l

ସପଟେ ଦିଲ୍ଲୀରେ ଅକ୍ସିଜେନ କନସେନଟ୍ରେଟର ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଯେଉଁ ସଂକ୍ରମିତ ଘରେ ରହି ଚିକିତ୍ସିତ ସେମାନଙ୍କୁ କନସେନଟ୍ରେଟର ଆବଶ୍ୟକତା ପଡ଼ିଲେ ଟିମ୍‌ ଦୁଇ ଘଣ୍ଟାରେ ଯୋଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଟିମ୍‌ ସହ ଜଣେ ଅଭିଜ୍ଞ ଡାକ୍ତର କନସେନଟ୍ରେଟର ସଂଚାଳନ ପାଇଁ ଆକ୍ରାନ୍ତଙ୍କ ପରିବାରକୁ ପ୍ରିଶିକ୍ଷଣ ଦେବେ। ତାପରେ ହସ୍ପିଟାଲ ଯିବାକୁ ପଡ଼ିଲେ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବ। ଆକ୍ରାନ୍ତ ସୁସ୍ଥ ହୋଇଯିବା ପରେ କନେସେନଟ୍ରେଟର ଫେରସ୍ତ ନିଆଯିବା ସହ ସାନିଟାଇଜ୍‌ କରି ଅନ୍ୟ ସଂକ୍ରମିତଙ୍କୁ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ।   

   Related Posts