Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ଲଢେଇ ମଧ୍ୟରେ ଗୁଡ୍ ନ୍ୟୁଜ୍, ଉତ୍ତର ପ୍ରଦେଶ ସମେତ ୧୮ ରାଜ୍ୟରେ କମୁଛି ସଂକ୍ରମଣ

11/05/2021 at 5:21 PM

ନୂଆଦିଲ୍ଲୀ ୧୧।୦୫:  ଦେଶରେ କରୋନା ଭାଇରସ୍‌ର ଦ୍ଵିତୀୟ ଲହର ମଧ୍ୟରେ ଅନେକ ରାଜ୍ୟରେ ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ଘଟିବାରେ ଲାଗିଛି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ସମେତ ଅନେକ ଏମିତି ରାଜ୍ୟ ରହିଛି, ଯେଉଁଠି ଦୈନିକ ସଂକ୍ରମଣ ମାମଲା କମିବାରେ ଲାଗିଛି। ଏହା ପରେ ମଧ୍ୟ ଚିନ୍ତାର କାରଣ ଏହା ଯେ, କିଛି ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢି ଯାଇଛି।

ଉଲ୍ଲେଖନୀୟ ଗତ ଏକ ମାସ ହେବ ଦେଶରେ କରୋନାର ଦ୍ଵିତୀୟ ଲହର ଜାରି ରହିଛି। ଦୈନିକ ୩ ଲକ୍ଷରୁ ଉର୍ଦ୍ଧ୍ଵ ନୂତନ କେସ୍ ସାମ୍ନାକୁ ଆସୁଛି। କିଛି ଦିନ ହେବ ଦୈନିକ ଚାରି ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହି ପରି ପ୍ରତିଦିନ ତିନି ହଜାରରୁ ଅଧିକ ଲୋକଙ୍କ କରୋନାରେ ପ୍ରାଣହାନୀ ଘଟୁଛି।

ଏହି ସବୁ ରାଜ୍ୟରେ କମୁଛି କୋଭିଡ୍ କେସ୍

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ, ଝାରଖଣ୍ଡ, ତେଲଙ୍ଗାନା, ଚଣ୍ଡିଗଡ, ଲଦାଖ, ଦାମନ ଓ ଡିଉ, ଲାକ୍ଷାଦ୍ଵୀପ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଛତିଶଗଡ, ବିହାର ଓ ଗୁଜରାଟରେ ମଧ୍ୟ ଦୈନିକ ମାମଲାରେ ହ୍ରାସ ଘଟିଛି। ଉତ୍ତର ପ୍ରଦେଶରେ ଗତ ଏପ୍ରିଲ ୩୦ ପରଠୁ କୋଭିଡ୍ ମାମଲା ଲଗାତାର କମିବାରେ ଲାଗିଛି।

ଚିନ୍ତା ବଢାଉଛନ୍ତି ଏହି ସବୁ ରାଜ୍ୟ

କିଛି ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ଏମିତି ଅନେକ ରାଜ୍ୟ ରହିଛି, ଯେଉଁଠି ସଂକ୍ରମଣ ବଢିବାରେ ଲାଗିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡିଶା, ପଞ୍ଜାବ, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ପୁଡୁଚେରୀ, ମେଘାଳୟ, ତ୍ରିପୁରା, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଏବେ ମଧ୍ୟ କରୋନା କେସ୍ କ୍ରମାଗତ ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୩ଟି ରାଜ୍ୟରେ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ରହିଛି। ୫୦ ହଜାର ସକ୍ରିୟ ରୋଗୀ ଥିବା ରାଜ୍ୟ ସଂଖ୍ୟା ହେଉଛି ୬ ଏବଂ ୧୭ ରାଜ୍ୟରେ ଏବେ ମଧ୍ୟ ୫୦ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି।

ସୂଚନାଯୋଗ୍ୟ, ଭାରତରେ ୧୪ ଦିନ ପରେ ନୂତନ କେସ୍ ସଂଖ୍ୟା ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୩,୨୯ , ୯୪୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୨୯, ୯୨, ୫୧୭ରେ ପହଞ୍ଚିଛି। ସେହି ପରି ୩,୮୭୬ ଜଣଙ୍କ କୋଭିଡ୍-୧୯ରେ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୨,୪୯, ୯୯୨କୁ  ବୃଦ୍ଧି ଘଟିଛି।

   Related Posts