Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୨ ଆକ୍ରାନ୍ତ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଲା

12/06/2020 at 10:29 AM

ଭୁବନେଶ୍ବର ୧୨।୬ : ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟରେ ଆଉ ୧୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୯୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୭ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଝାରସୁଗୁଡା ଜିଲ୍ଲାରୁ ୨ ଜଣ, ମାଲକାନଗିରି ଜିଲ୍ଲାରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ୫ ଜଣ, ଯାଜପୁର ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ, ଅନୁଗୋଳ ଜିଲ୍ଲାରୁ ୬ ଜଣ, ଦେବଗଡ ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ୧୫ ଜଣ, ବୌଦ୍ଧ ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ୫ ଜଣ, ସମ୍ବଲପୁର ଜିଲ୍ଲାରୁ ୫ ଜଣ, ବଲାଙ୍ଗୀର ଜିଲ୍ଲାରୁ ୫ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୭ ଜଣ, ବାଲେଶ୍ବର ଜିଲ୍ଲାରୁ ୫ ଜଣ, ନୟାଗଡ ଜିଲ୍ଲରାୁ ୪ ଜଣ ରହିଛନ୍ତି । ସେହିଭଳି ଓଡ୍ରାଫ୍/ଏନଡିଆରଏଫ/ଅଗ୍ନିଶମ ସେବାର ୨୧ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୩୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୩୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୦ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

   Related Posts