ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭୦ କରୋନା ସଂକ୍ରମିତ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬କୁ ବୃଦ୍ଧି
11/07/2020 at 10:19 AM

ଭୁବନେଶ୍ବର ୧୧।୦୭: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୫୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୫୨୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୪ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୮୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
Covid-19 Report For 10th July
— I & PR Department, Odisha (@IPR_Odisha) July 11, 2020
New Positive Cases: 570
In Quarantine: 384
Local Contacts: 186
(Details of local contacts will be shared by concerned Dist Administration)
District Wise Cases
1. Angul: 11
2. Balasore: 3
3. Bhadrak: 2
4. Boudh: 3
5. Cuttack: 46
6. Gajapati: 25
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୋଳର ୧୧, ବାଲେଶ୍ୱରର ୩, ଭଦ୍ରକରୁ ୨, ବୌଦ୍ଧ ୩, କଟକରୁ ୪୬, ଗଜପତିରୁ ୨୫, ଗଞ୍ଜାମରୁ ୨୧୮, ଜଗତସିଂପୁରରୁ ୧୬, ଯାଜପୁରରୁ ୪୦, ଝାରସୁଗୁଡାରୁ ୩୧, କେନ୍ଦ୍ରାପଡାରୁ ୬, କେଉଁଝରରୁ ୧୪, ଖୋର୍ଧା ୩୭, କୋରାପୁଟରୁ ୧୧, ମୟୂରଭଞ୍ଜରୁ ୧୦, ନୟାଗଡରୁ ୩୭, ପୁରୀରୁ ୧୫, ସମ୍ବଲପୁରରୁ ଜଣେ, ସୁନ୍ଦରଗଡରୁ ୪୪ ଜଣ ରହିଛନ୍ତି ।
New Recoveries: 565
— I & PR Department, Odisha (@IPR_Odisha) July 11, 2020
Cumulative Tested: 327288
Positive: 12526
Recovered: 7972
Active Cases: 4475
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୫୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୪୭୫ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୭୨୮୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।