Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ରାଜଧାନୀରେ ଲାଗୁ ହୋଇପାରେ କଣ୍ଟେନମେଣ୍ଟ ଜୋନ୍‌, ସଂକ୍ରମଣ ବୃଦ୍ଧିକୁ ଦେଖି ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି

28/04/2021 at 2:05 PM

ଭୁବନେଶ୍ୱର ୨୮।୦୪: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୮ହଜାର ପାର୍‌ ହୋଇଛି । ରାଜଧାନୀରେ ମଧ୍ୟ ସଂକ୍ରମଣ ବଢିବାର ଲାଗିଛି । ତେବେ  ଆଜିର ସଂକ୍ରମିତଙ୍କ  ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଖୁବଶୀଘ୍ର ଆରମ୍ଭ ହେବ କଣ୍ଟେନମେଣ୍ଟ । ଯେଉଁ ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି  । ସେହିଭଳି ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଇଛି। ଅଧିକ ସ୍କ୍ୱାର୍ଡ ଗଠନ ସହ ଏନ୍ଫୋର୍ସମେଣ୍ଟକୁ କଡାକଡି କରାଯିବ। ସୂଚନା ଦେଲେ ବିଏମସି ଡେପୁଟି କମିଶନର ତଥା ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ।

ସେହିପରି ସଂକ୍ରମଣ ବଢୁଛି, ଚିନ୍ତା ବଢୁଛି। କଂଟାକ୍ଟ ଟ୍ରେସିଂକୁ  ତ୍ୱରାନ୍ୱିତ କରାଯାଇଛି। ଟେଷ୍ଟିଂ ବୃଦ୍ଧି ଯୋଗୁଁ ସଂକ୍ରମିତ ବଢୁଛି। ସଟଡାଉନ କଥା ମଧ୍ୟ ଆଲୋଚନା ହେଉଛି। କିଛି ନିଷ୍ପତ୍ତି ଯଦିଓ ହୋଇନି ତଥାପି କଣ୍ଟେନମେଣ୍ଟ ଯୋନ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ହେବ। କୋଭିଡ ସଚେତକଙ୍କୁ ଆକ୍ଟିଭ ସହ ଜନସମ୍ପର୍କ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି। କୌଣସି ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେଉଛନ୍ତି ଆଖପାଖର ପରିବାରକୁ ଚିଠା ମାଧ୍ୟମରେ ଅବଗତ କରିବା ସହ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । ଏନେଇ ସୂଚନା ଦେଲେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

   Related Posts