୪ ଜିଲ୍ଲାରେ ପ୍ଲାଟୋ ଷ୍ଟେଜରେ କରୋନା, ତୃତୀୟ ଲହର ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ- ବିଜୟ ମହାପାତ୍ର

Published By : Prameya-News7 Bureau | July 20, 2021 IST

ଭୁବନେଶ୍ୱର,୨୦/୦୭:   ଟେଷ୍ଟ ପଜେଟିଭ ରେଟ ଅଧିକ ରହୁଥିବା ୪ ଜିଲ୍ଲାରେ ସଂକ୍ରମଣ କମୁଛି । ଏବେ କରୋନା ଗ୍ରାଫ୍ ପ୍ଲାଟୋ ଷ୍ଟେଜରେ ରହିଯାଇଛି । ତେଣୁ ୪ ଜିଲ୍ଲାରେ ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରାଯାଉଛି । ଏହି ସବୁ ଜିଲ୍ଲାକୁ ଅଧିକ ଫୋକସ୍ ଦେବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ବିଜୟ ମହାପାତ୍ର କହିଛନ୍ତି ଯେ. ୪ ଜିଲ୍ଲାରେ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ରହୁଛି । ନିକଟରେ ଏମ୍ସର ନିର୍ଦ୍ଦେଶକ ଆସନ୍ତା ୬ରୁ ୭ ସପ୍ତାହ ଭିତରେ ତୃତୀୟ ଲହର ଆସିବ ବୋଲି କହିଥିଲେ । ଏହାର କାରଣ ମଧ୍ୟ ରହିଛି । କଟକଣା କୋହଳ ହେବା ପରେ ଲୋକ ମାନଙ୍କର ଗହଳି ତୃତୀୟ ଲହର ଆସିବାର ମୁଖ୍ୟ କାରଣ ହେବ । ଯେ କୌଣସି ମହାମାରୀରେ ଏମିତି ଲହର ଆସେ । ମାତ୍ର ଆମେ ତା ପାଇଁ ପ୍ରସ୍ତୁତ ହେଉଛୁ । ସେଥିପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିକାକରଣ ଜାରି ରହିବ ।ଫୋକସ୍ ସର୍ଭିଲାନ୍ସ ଚାଲୁ ରହିବ । ଯଦି ଦରକାର ପଡେ ଅଗଷ୍ଟ ପରେ ବି ଏହାକୁ ସରକାର ବଢାଇପାରନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମିର କୌଣସି ଅଭାବ ନାହିଁ । ତେବେ  ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି । ଯାହା ଉପରେ ସ୍ୱତନ୍ତ୍ର ନଜର ଦିଆଯାଉଛି। ସମସ୍ତ ସାଇଟ୍ ବା ସ୍ୱାସ୍ଥ୍ୟକେନ୍ଦ୍ରରେ ପେଡ଼ିଆଟ୍ରିକସ୍ ଓ ଜେନେରାଲ ଏମବିବିଏସ୍ ମାନଙ୍କୁ ଟ୍ରେନିଂ ଦିଆଯାଉଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.