ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୬ କୋଭିଡ୍ ପଜିଟିଭ୍

Published By : Prameya-News7 Bureau | October 09, 2021 IST

ଭୁବନେଶ୍ୱର ୦୯।୧୦ : ସେପ୍ଟେମ୍ବର ପରେ ଅକ୍ଟୋବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୧୦୪୪ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୩ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୨୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୮ ଜଣ ପଜିଟିଭ ରହିଛନ୍ତି ।

wp:html ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩ଜଣ, ବାଲେଶ୍ୱର ଜିଲ୍ଲାରୁ ୩୩ଜଣ, ବରଗଡ଼ ଜିଲ୍ଲାରୁ ୨ ଜଣ, ଭଦ୍ରକ ଜିଲ୍ଲାରୁ ୩ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, କଟକ ଜିଲ୍ଲା ୬୩ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୩ଜଣ, ଗଜପତିରୁ ୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୬ଜଣ, ଯାଜପୁର ଜିଲ୍ଲାରୁ ୧୩ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୩୩ଜଣ, କୋରାପୁଟ ଜିଲ୍ଲାରୁ ୪ ଜଣ, ମାଲକାନଗିରିରୁ ୨ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୯ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ପୁରୀ ଜିଲ୍ଲାରୁ ୧୧ଜଣ, ରାୟଗଡାରୁ ୨ ଜଣ, ସମ୍ବଲପୁର ଜିଲ୍ଲାରୁ ୭ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୧୯ଜଣ, ଷ୍ଟେଟ ପୁଲ୍ରୁ ୫୫ଜଣ ରହିଛନ୍ତି । /wp:html wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୧୦୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୦୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୭୭୧୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୦୫୭୮୬୨୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.