Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍

24/09/2021 at 9:40 AM

ଭୁବନେଶ୍ୱର ୨୪।୦୯ : ଅଗଷ୍ଟ ପରେ ସେପ୍ଟେମ୍ବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୩୧୩୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧୬ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୨୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୭ ଜଣ ପଜିଟିଭ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨୩ଜଣ, ଭଦ୍ରକ ଜିଲ୍ଲାରୁ ୧୨ଜଣ,ବରଗଡରୁ ୨ ଜଣ, କଟକ ଜିଲ୍ଲାରୁ ୪୮ଜଣ, ଦେଓଗଡ଼ ଜିଲ୍ଲାରୁ ୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୪ଜଣ, ଗଞ୍ଜାମ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ୩୧ଜଣ, ଯାଜପୁର ଜିଲ୍ଲାରୁ ୧୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ଜଣ, କେନ୍ଦୁଝର ଜିଲ୍ଲାରୁ ୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୫୪ଜଣ, ମାଲକାନଗିରି ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩ଜଣ, ନୟାଗଡ଼ ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୧୨ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୧୨ଜଣ, ସୋନପୁର ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ, ଷ୍ଟେଟ ପୁଲ୍‌ରୁ ୬୦ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୩୧୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୮୨୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୦୯୦୮୮ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୯୫୮୬୬୬୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।

   Related Posts