Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ସବୁଠୁ ଅଧିକ ଟିକାକରଣ ହୋଇଥିବା ଦେଶରେ ଆତଙ୍କ ସୃଷ୍ଟି କରିଛି କୋଭିଡ-୧୯, ଅନେକ ସ୍ଥାନରେ ବିସ୍ଫୋରଣ ସ୍ଥିତି

29/07/2021 at 9:35 AM

ନୂଆଦିଲ୍ଲୀ, ୨୯/୦୭ :  କାମ କରୁନି ଆମେରିକାର କରୋନା ଭାକସିନ୍ । ଅଡୁଆରେ ଇସ୍ରାଏଲ ।ଜୀବନ ରକ୍ଷା କରିବାରେ ବିଫଳ ହୋଇଛି ଭାକସିନ୍ । ନୂଆ ଷ୍ଟ୍ରେନକୁ ରୋକି ପାରୁନି । ଏନେଇ ସାମ୍ବାଦିକ ଆଲେକ୍ସ ବେରେନସନଙ୍କ ଏକ ରିପୋର୍ଟରୁ ଜଣାପଡିଛି ।

ଆଲେକ୍ସଙ୍କ ରିପୋର୍ଟ ଅନୁସାରେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଟିକା ବାହାରିଥିଲା । ଏହାକୁ ଇସ୍ରାଏଲ କିଣିଥିଲା । ତେବେ ଏହି ଟିକା କରୋନାର ସାମାନ୍ୟ କିମ୍ବା ମଧ୍ୟମ ଲକ୍ଷଣ ବିରୋଧରେ କାମ କରୁନି । ସରକାର ଫାଉସି ଫ୍ଲୁର ଡୋଜ୍ କାମ କରୁଛି ବୋଲି ଦାବି କରିଥିଲେ । କିନ୍ତୁ ଏହାର କ୍ଲିନିକାଲ ଡାଟା କିଛି ନାହିଁ ।

ଇସ୍ରାଏଲ ସରକାରୀ ତଥ୍ୟ ଅନୁସାରେ, କରୋନାରେ ଯେଉଁମାନେ ଏବେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ମଧ୍ୟରୁ ୮୧ ପ୍ରତିଶତ ଟିକା ନେଇଛନ୍ତି । ଟିକା ନେଇଥିବା ୬୫ ପ୍ରତିଶତ ଗୁରୁତର ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏଥିରୁ ଭାକସିନର କାର୍ଯ୍ୟକାରିତା ମାତ୍ର ୩୯ ପ୍ରତିଶତ ବୋଲି କୁହାଯାଇଛି ।

ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ନଫତାଲି ବେନେଟ୍ ଭାକସିନକୁ ନେଇ ମଧ୍ୟ ବୁଧବାର ରାତିରେ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ, ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନେ ତୁରନ୍ତ ଭାକସିନ୍ ନିଅନ୍ତୁ । ନଚେତ ଯେଉଁମାନେ ଭାକସିନ୍ ନେଇଛନ୍ତି ସେମାନେ ତାଙ୍କ ପଡୋଶୀଙ୍କୁ ଭାକସିନ୍ ନେବାକୁ ବାଧ୍ୟ କରିବା ଦରକାର ।

ସୂଚନାଯୋଗ୍ୟ, ଯେବେ ଆମେରିକାରେ କରୋନାର ଟିକା ଆସିଥିଲା ପ୍ରଥମେ ୯୬ ପ୍ରତିଶତ ଏହା ଫଳପ୍ରଦ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଏହା ଇସ୍ରାଏଲରେ ୨୮ ପ୍ରତିଶତ ବୋଲି ଦେଖିବାକୁ ମିଳିଛି । ଭାକସିନ୍ ନେବା ପରେ ବି ଅନେକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ବୁଷ୍ଟର ଡୋଜ୍ ମଧ୍ୟ ଆବଶ୍ୟକ ହୋଇପାରେ ବୋଲି କେତେକ ଇସ୍ରାଏଲୀ ମତ ଦେଇଛନ୍ତି ।

   Related Posts