ନୂଆଦିଲ୍ଲୀ, ୨୦।୦୯ :ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୬ ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩୦୨୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ ଟପିଛି। ୨୪ ଘଣ୍ଟା ମଧ୍ୟରେ ୨୯୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୪ ଲକ୍ଷ ୭୮ ହଜାର ୪୧୯ରେ ପହଞ୍ଚିଛି।
wp:html/wp:htmlIndia reports 30,256 fresh cases of #COVID19, 43,938 recoveries, and 295 deaths in the last 24 hours
— ANI (@ANI) September 20, 2021
Total cases: 33,478,419
Total Active cases: 3,18,181
Total Recoveries: 3,27,15,105
Total Death toll: 4,45,133
Total vaccination : 80,85,68,144 (37,78,296 in last 24 hours) pic.twitter.com/MTf1Qrrxwh
ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୫ ହଜାର ୧୩୩ରେ ପହଞ୍ଚିଛି। ଏବେ ଦେଶରେ ୩୧୮୧୮୧ ସକ୍ରିୟ ମାମଲା ରହିଛି ।ସେହିପରି ୩୨୭୧୫୧୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।