ନୂଆଦିଲ୍ଲୀ, ୦୯।୦୯ :ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୪୩୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ ଟପିଛି। ୨୪ ଘଣ୍ଟା ମଧ୍ୟରେ ୩୩୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୧ ଲକ୍ଷ ୩୯ ହଜାର ୯୮୧ରେ ପହଞ୍ଚିଛି।
wp:html/wp:htmlIndia reports 43,263 new #COVID19 cases, 40,567 recoveries & 338 deaths in last 24 hours, as per Union Health Ministry.
— ANI (@ANI) September 9, 2021
Total cases: 3,31,39,981
Active cases: 3,93,614
Total recoveries: 3,23,04,618
Death toll: 4,41,749
Total vaccinations: 71,65,97,428 (86,51,701 in last 24 hrs) pic.twitter.com/u9pEV1CyRG
ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୧ ହଜାର ୭୪୯ରେ ପହଞ୍ଚିଛି। ଏବେ ଦେଶରେ ୩୯୩୬୧୪ ସକ୍ରିୟ ମାମଲା ରହିଛି ।ସେହିପରି ୩୨୩୦୪୬୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।