Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

ଭଦ୍ରକ ପ୍ରଶାସନର କୋଭିଡ଼ ନିୟମ କଡ଼ାକଡ଼ି, ଆଇନ୍‌ ନମାନିଲେ ଗଣିବେ ଫାଇନ୍‌, ସିଲ୍‌ ହେବ ଦୋକାନ

5/04/2021 at 2:52 PM

ଭଦ୍ରକ ୦୫।୦୪: ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ଯାହାକୁ ନେଇ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ପ୍ରଶାସନ । ଭଦ୍ରକରେ ମଧ୍ୟ କରୋନା କଟକଣାକୁ କଡ଼ାକଡ଼ା କରାଯାଇଛି । ଏପରିକି କୋଭିଡ଼ କଟକଣା ମାନିନଥିବା ଏକ ଦୋକାନୀଙ୍କ ଠାରୁ ଫାଇନ୍‌ ଆଦାୟ ହୋଇଛି ।

କରୋନା କଟକଣାକୁ ବେଖାତିର କରୁଥିବା ଜନସାଧାରଣ, ଦୋକାନୀ ଓ କାର୍ଯ୍ୟାଳୟ ଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି । ଏପିରିକି ଯଦି କେହି ନିୟମରେ ଖିଲାପ କରନ୍ତି । ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍‌ର ଚେତାବନୀ ଦେଇଛି ଜିଲ୍ଲା ପ୍ରଶାସନ । ସହରରେ ଥିବା ପ୍ରତି ଦୋକାନରେ ମାସ୍କ ଚେକିଂ କରାଯାଉଛି । ତେବେ ଏହି ପରିପେକ୍ଷୀରେ ମେଡିକାଲ ଛକରେ ଥିବା ଏକ ଜଳଖିଆ ଦୋକାନ କୋଭିଡ଼ କଟକଣା ମାନନଥିବା ଓ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୨ହଜାର ଟଙ୍କା ଫାଇନ୍‌ କଟାଯାଇଛି । ଆଗାମୀ ଦିନରେ ଯଦି ଏହି ନିୟମକୁ କଡ଼ାକଡ଼ି ପାଳନ ନକରାଯାଏ । ତେବେ ମୋଟ ଅଙ୍କ ସହ ଦୋକାନକୁ ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

   Related Posts