କରୋନା ମୁକାବିଲା : ଖୋର୍ଦ୍ଧା ପାଇଁ ସ୍ୱତନ୍ତ୍ର ଆକ୍ସନ୍ ପ୍ଲାନ, ରାଜଧାନୀ ଉପକଣ୍ଠ ଉପରେ ସ୍ପେଶାଲ୍ ଫୋକସ୍

Published By : Prameya-News7 Bureau | September 06, 2020 IST

ଭୁବନେଶ୍ୱର, ୦୬।୦୯:   ଆଜି ରାଜ୍ୟରେ ଆଉ ୩ ହଜାର ୮୧୦କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୯୭ଜଣ ଅଛନ୍ତି । ସେପଟେ ଆଉ ୮ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବାକୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି ପ୍ରଶାସନ । ସେହିଭଳି ରାଜଧାନୀ ଉପକଣ୍ଠରେ ଥିବା ଅଂଚଳ ଗୁଡ଼ିକ ଉପରେ ସ୍ପେଶାଲ ଫୋକସ ପାଇଁ ହୋଇଛି ନିଷ୍ପତ୍ତି ।

ରାଜ୍ୟ କରୋନା ସଂକ୍ରମଣ ତାଲିକାର ଟପ୍‌ରେ ଖୋର୍ଦ୍ଧା ଜିଲ୍ଲା । ଗଲା କିଛି ଦିନ ହେଲା ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଉପରେ ରହୁଛି । ଆଜି ରାଜ୍ୟରେ ଆଉ ୩ ହଜାର ୮୧୦କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୯୭ଜଣ ଅଛନ୍ତି । ସେପଟେ ଆଉ ୮ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବାକୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି ପ୍ରଶାସନ । ଖୋର୍ଦ୍ଧା ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟାର ୩୦ ପ୍ରତିତଶ ଗ୍ରାମାଞ୍ଚଳରୁ ବାହାରିଛନ୍ତି । ରାଜଧାନୀରେ ମଧ୍ୟ ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଭୁବନେଶ୍ବର ଉପକଣ୍ଠରେ ଥିବା ଅଂଚଳ ଗୁଡ଼ିକ ଉପରେ ସ୍ପେଶାଲ ଫୋକସ୍‌ ପାଇଁ ନିଷ୍ପତ୍ତି ହୋଇଛି । ପ୍ରତିଦିନ ବିଭିନ୍ନ କାମରେ ରାଜଧାନୀକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ । କ୍ଷୀର, ଛେନା, ପରିବା ବ୍ୟବସାୟୀଙ୍କୁ ଚିହ୍ନଟ କରି ଲକ୍ଷଣ ଥିଲେ କୋଭିଡ୍‌ ଟେଷ୍ଟ କରାଯିବ ।

ବାଲିଅନ୍ତା, ବାଲିପାଟଣା ଭଳି ରାଜଧାନୀ ଉପକଣ୍ଠ ଅଂଚଳରୁ ଆସୁଥିବା ଲୋକମାନେ ଭୁବନେଶ୍ବର ୟୁନିଟ୍‌ ଓ୍ବାନ୍‌ ଏବଂ ଫୋର୍‌ ଭଳି ବିଭିନ୍ନ ହାଟ ବଜାରରେ ଲୋକଙ୍କ ସହ ମିଳାମିଶା କରି ଗାଁକୁ ଫେରୁଛନ୍ତି । ଫଳରେ ସଂକ୍ରମଣ ବଢ଼ୁଛି । ଏହାକୁ ନଜରରେ ରଖି ରାଜଧାନୀ ଉପକଣ୍ଠ ଅଂଚଳ ଗୁଡ଼ିକରେ ଅଧିକ ଟେଷ୍ଟିଂ କରାଯିବ । ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଅଧିକ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ । ଅଧିକ ରାପିଡ୍‌ ରେସପନ୍ସ ଟିମ୍‌ ସହ, ଗ୍ରାମାଞ୍ଚଳ ପାଇଁ ଅଧିକ ଡାକ୍ତରୀ ଟିମ୍‌ ନିୟୋଜିତ କରିବାକୁ ହୋଇଛି ଯୋଜନା । ଲୋକଙ୍କୁ ସଚେତନ କରିବାକୁ କମ୍ୟୁନିଟି ପ୍ରତିନିଧିଙ୍କ ସହାୟତା ନିଆଯିବ । ବୟସ୍କ ଓ ଗର୍ଭବତୀଙ୍କ ଉପରେ ଅଧିକ ଧ୍ୟାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ଲୋକଙ୍କୁ ଉଚିତ୍ ସେବା ଯୋଗାଇଦେବା ସହ ସଚେତନ କରିବାକୁ ଅଧିକରୁ ଅଧିକ କୋଭିଡ୍‌ ସେବକ ସଜାଗ୍‌ ରହିବେ । ଆଜି ଭୁବନେଶ୍ବରରେ ସ୍ପେଶାଲ ସର୍କିଟ୍‌ ହାଉସରେ ଅନୁଷ୍ଠିତ ବୈଠକ ପରେ ଏଭଳି କିଛି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

{"id":326034,"sizeSlug":"large"}

ସେପଟେ ଭୁବନେଶ୍ବରରେ ଆକ୍ଟିଭ କେସ୍‌ ୫ହଜାର ପାର୍‌ କରିଛି । ତେବେ ବସ୍ତିରେ ଆକ୍ରାନ୍ତ ସଂଖ୍ୟା କମୁଛି । ଅଗଷ୍ଟ ଶେଷ ସପ୍ତାହ ଏବଂ ସେପ୍ଟେମ୍ବରରେ ରାଜଧାନୀର ବିଭିନ୍ନ ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବସ୍ତି ଅଂଚଳରେ କମିବା ରାଜଧାନୀ ପାଇଁ ଭଲ ଖବର ନିଶ୍ଚୟ । ସେପଟେ ଅନଲକ୍‌-୪ ପରେ କଟକଣା ହଟିଥିବାରୁ ରାଜଧାନୀରେ ଗାଡ଼ିମୋଟର ଚଳାଚଳ, ବିମାନ, ଟ୍ରେନ, ବସ ଚଳାଚଳ ସହ ଲୋକଙ୍କ ଯିବା ଆସିବା ବଢ଼ିଥିବାରୁ ସଂକ୍ରମଣ ବଢ଼ୁଛି । ତେବେ ହୋମ୍‌ ଆଇସୋଲେସନ ବ୍ୟବସ୍ଥା, ଗୁରୁତର ରୋଗୀଙ୍କୁ ମେଡିକାଲ୍‌ ସିଫଟିଙ୍ଗ୍‌, ମେଡିସିନ୍‌ କିଟ୍‌ ବଣ୍ଟନ ଭଳି କାର୍ଯ୍ୟଗୁଡ଼ିକୁ ତ୍ବରାନ୍ବିତ କରାଯିବ ବୋଲି କହିଛନ୍ତି ସ୍ପେଶାଲ ଏଡିଏମ୍‌ ବିଶାଲ ସିଂ ।

ଗଞ୍ଜାମରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଏବେ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏମିତିକି ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ୨ ଯୁବ ଆଇଏଏସ୍‌ ବିଶାଲ ସିଂ ଏବଂ ପାରୁଲ ପଟଓ୍ବାରୀଙ୍କୁ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ବର ମହାନଗର ନିଗମ ଅଂଚଳ ଦାୟିତ୍ବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.