ପୁରୀ ଜିଲ୍ଲାରେ କରୋନାକୁ ପୁରିଛି ବର୍ଷେ, ପିପିଲି ଦାନଗୋହିରିରେ ଚିହ୍ନଟ ହୋଇଥିଲେ ପ୍ରଥମ ସଂକ୍ରମିତ

Published By : Prameya-News7 Bureau | April 03, 2021 IST

ପୁରୀ ୩।୪: ପୁରୀ ଜିଲ୍ଲାରେ କରୋନା ଚିହ୍ନଟ ହେବାକୁ ପୁରିଛି ବର୍ଷେ । ୨୦୨୦ ଅପ୍ରେଲ ୩ ତାରିଖ ଆଜିର ଦିନରେ ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପିପିଲିର ଦାନଗୋହିରି ଗ୍ରାମରେ ଜଣେ ଦିଲ୍ଲୀ ଫେରନ୍ତା ବ୍ୟକ୍ତିଙ୍କଠାରୁ ପ୍ରଥମେ ଚିହ୍ନଟ ହୋଇଥିଲେ ସଂକ୍ରମିତ । କୋଭିଡ଼ ପଜିଟିଭ ଜଣାପଡ଼ିବା ପରେ ଦାନଗୋହିରି ଗ୍ରାମକୁ କଣ୍ଟେଣ୍ଟମେଣ୍ଟ ଅଂଚଳ ଘୋଷଣା କରାଯାଇଥିଲା ।

ଏବେ ଏକ ବର୍ଷ ପରେ ପୁରୀ ଜିଲ୍ଲାରେ କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ମଧ୍ୟ ଏନେଇ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ କଟକଣା ମାନିବାକୁ ପରାମର୍ଶ ଦେଇଛି ପ୍ରଶାସନ । ଟିକାକରଣ କାର୍ଯ୍ୟକ୍ରମ ଜିଲ୍ଲାରେ ବ୍ୟାପକ କରାଯାଇଥିଲେ ମଧ୍ୟ କୋଭିଡ଼ କଟକଣା ମାନିବା ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.