Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

କରୋନା କଟକଣାକୁ ଫୁ, ଡ୍ରେସ କିଣିବା ପାଇଁ ଦୋକାନରେ ଠେଲାପେଲା

18/10/2021 at 12:23 PM

ଜଳେଶ୍ୱର, ୧୮/୧୦: ଜିନିଷ କିଣିବା ବେଳେ ଭୁଲିଗଲେ କରୋନା କଟକଣା  । ଡ୍ରେସ କିଣିବାକୁ ଦୋକାନରେ ଲୋକେ  କଲେ ଠେଲା ପେଲା ।  ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ପରିସର ଠାରୁ  ୧୦୦ମିଟର ଦୂରତାରେ  ଥିବା ଶ୍ରୀକ୍ଷେତ୍ର ଲୁଗା ଦୋକାନରେ ।

ସୂଚନାନୁସାରେ, ଲଗାତର ବର୍ଷା ଯୋଗୁଁ ଦୋକାନ ତଳ ଘରେ ପାଣି ପଶି ଯାଇଥିଲା । ତଳ ଘରେ ଥିବା ପ୍ୟାଣ୍ଡ, ସାର୍ଟ ଓ ଜ୍ୟାକେଟ ପେଟିରେ ପାଣି ପଶି ଯାଇଥିଲା ।ଏହାକୁ ବିକ୍ରି ପାଇଁ ଦୋକାନ ତରଫରୁ ସେଲ ଲଗାଯାଇଥିଲା । କପଡା କିଣିବାକୁ ଲୋକମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିବା ଦେଖିବାକୁ ମିଳିଥିଲା ।

ସତେଯେମିତି କପଡା କିଣିବା ପାଇଁ ଲୋକମାନେ କରୋନାକୁ ନିମନ୍ତ୍ରଣ କରିଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ବଡ କଥା ହେଲା ଯେ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନଥିଲା । ରାଜ୍ୟ ସରକାର କରୋନା ପାଇଁ  ପୂଜାପାର୍ବଣ ଉପରେ ରୋକ ଲଗାଇଥିଲା ବେଳେ ପୋଷାକ କିଣିବା ପାଇଁ ଲୋକମାନଙ୍କ ମଧ୍ୟରେ ଠେଲାପେଳାକୁ ବୁଦ୍ଧିଜୀବୀ ମହଲରୁ ନିନ୍ଦା କରାଯାଇଛି  ।

   Related Posts