ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଲା କରୋନା, ଦୁର୍ଦ୍ଦିନରେ କାଇଁଚ କାରିଗର, ସରକାରୀ ସହାୟତାକୁ ଅପେକ୍ଷା
9/12/2020 at 6:44 PM

ଚଣ୍ଡିଖୋଲ ୦୯।୧୨: କି କରୋନା ମହାମାରୀ ଆସିଲା ଯେ ମଧ୍ୟବିତ୍ତ ପରିବାର ଗୁଡିକ ଛିନ୍ ଛତର ହୋଇଗଲେ। ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଏପରି ଭାଙ୍ଗିଗଲା ଯେ ସଳଖ କରିବାକୁ ସମୟ ଲାଗିବ। ଏପରି ସ୍ଥଳେ ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ଅଞ୍ଜିରା ଗ୍ରାମରେ ଶତାଧିକ ଲୋକଙ୍କ କାଇଁଚ ଶିଳ୍ପରେ ଅଙ୍କୁଶ ଲାଗିଯାଇଛି। ବିଶେଷ କରି ବିଭିନ୍ନ ପାର୍ବଣ ଋତୁରେ ଏମାନେ ସୁନ୍ଦର ସୁନ୍ଦର କାଇଁଚ ତିଆରି ଘରକରଣା ସାମଗ୍ରୀକୁ ମହୋତ୍ସବ ଓ ବାଲିଯାତ୍ରା ମାନଙ୍କରେ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି।
ପାଖାପାଖି ୯ ମାସ ହେବ ନା କୌଣସି ବେପାର ବଣିଜ ହେଉଛି, ନା କଞ୍ଚା ମାଲ୍ ତାଙ୍କ ପାଖକୁ ଆସି ପାରୁଛି,ଏକଦମ୍ ବେପାର ମାନ୍ଦା। ଏଣୁ ସରକାର ତାଙ୍କ କାଇଁଚ ଶିଳ୍ପ ପ୍ରତି ଅନୁଗ୍ରହ କଲେ ହୁଏତ ଏହି ଶିଳ୍ପ ବଞ୍ଚିବା ସହିତ ବହୁ ଲୋକଙ୍କ ଜୀବିକା ବଞ୍ଚି ଯାଆନ୍ତା।

ଉଲ୍ଲେଖଯୋଗ୍ୟ, ମହାମାରୀ କରୋନା କାରଣରୁ ସମଗ୍ର ଦୁନିଆରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ସବୁ କ୍ଷେତ୍ରରେ ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇଛି। କି ସହର କି ଗାଁ ସବୁଠି କରୋନା ମାଡରେ ଲୋକଙ୍କ ରୋଜଗାର ବେହାଲ ହୋଇ ପଡିଛି। ଏପରି ସ୍ଥଳରେ ଅଞ୍ଜିରା ଗ୍ରାମର କାଇଁଵ ତିଆରି କରି ପେଟ ପୋଷୁଥିବା ଲୋକ ବା କେମିତି ବାଦ୍ ପଡିଥାନ୍ତେ।