Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ରାହା ଖୋଜୁଛି ରାଜଧାନୀ ଦିଲ୍ଲୀ: ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ୪ ଏୟାରଲାଇନ୍ସ ବିରୋଧରେ ମାମଲା

18/04/2021 at 10:07 PM

ନୂଆଦିଲ୍ଲୀ ୧୮/୪: ମହାରାଷ୍ଟ୍ର ପରେ ଦେଶର ରାଜଧାନୀ ଦିଲ୍ଲୀର ହାଲ ବେହାଲ୍‌ ହୋଇପଡ଼ିଛି। ଦିଲ୍ଲୀରେ ସଂକ୍ରିମତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଉଛି। ରାଜ୍ୟର ହସ୍ପିଟାଲରେ ଆକ୍ରାନ୍ତଙ୍କୁ ବେଡ୍‌ ମିଳୁନଥିବା ବେଳେ ଆଇସିୟୁ ବେଡ୍‌ ଫୁଲ ହେବାକୁ ଯାଉଥିବା ନେଇ ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଥିଲେ। ସେପଟେ ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଚାଲିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୪୬୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାର ଅର୍ଥ ପ୍ରତି ଘଣ୍ଟାରେ ଏକ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା କହିଲେ ଭୁଲ ହେବ ନାହିଁ। ଦୈନିକ ସଂକ୍ରମଣ ମାମଲାରେ ଏହି ଅଙ୍କ ଶୀର୍ଷରେ ରହିଛି। ଏହା ୨୪ ଘଣ୍ଟାରେ ୧୬୧ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରତି ନର୍ସିଂ ହୋମ ଏବଂ ଘରୋଇ ହସ୍ପିଟାଲ ନିଜ କ୍ଷମତାର ୮୦ ପ୍ରତିଶତ ଆଇସିୟୁ ଏବଂ ସାଧାରଣ ବେଡ୍‌ କରୋନା ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ କାର୍ଯ୍ୟାନୁଷ୍ଠାନ ସୁରୂପ ଇଣ୍ଡିଗୋ, ବିସ୍ତାରା, ସ୍ପାଇସ୍ ଜେଟ୍‌, ଏୟାର ଏସିଆ ବିରୋଧରେ ମାମଲା ରୁଜୁ କରିବାକୁ ଦିଲ୍ଲୀ ସରକାର ନିର୍ଦେଶ ଦେଇଛନ୍ତି। ମହାରାଷ୍ଟ୍ରରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ନେଗେଟିଭ୍‌ ଆରଟିପିସିଆର ରିପୋର୍ଟ ଯାଞ୍ଚ କରିନଥିବାରୁ ଏହି ସବୁ ଏୟାରଲାଇନ୍ସ ଉପରେ ଆକ୍ସନ ନେବାକୁ ନିଷ୍ପତ୍ତି କରିଛନ୍ତି ସରକାର। ସରକାର ଡିଡିଏମଏ ଆକ୍ଟ ଜରିଆରେ ଆକ୍ସନ ନେବାକୁ ସ୍ଥିର କରିଛନ୍ତି ବୋଲି ଜଣାପଡ଼ିଛି।

ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ କଟକଣା କଡ଼ାକଡ଼ି କରିଦିଆଯାଇଛି। ସପ୍ତାହନ୍ତ ଲକ୍‌ଡାଉନ୍‌ ମାନୁନଥିବା ଲୋକଙ୍କ ବିରୋଧରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି। ରବିବାର ଅମାନିଆଙ୍କ ବିରୋଧରେ ମୋଟ ୫୬୯ ମାମଲା ରୁଜୁ ହୋଇଛି। ୩୨୩ଙ୍କୁ ଗିରଫ କରାଯାଇଥିବା ବେଳେ ୨୩୬୯ ଲୋକଙ୍କ ପାଖରୁ ଚାଲାଣ କାଟିଛି ପୋଲିସ୍‌।

   Related Posts