Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ମହାରାଷ୍ଟ୍ର ଅକୋଲା ଜେଲରେ କରୋନା ବିସ୍ଫୋରଣ,ଏକକାଳୀନ ୬୮ ବନ୍ଦୀ ପଜିଟିଭ ଚିହ୍ନଟ

28/06/2020 at 6:43 PM

ଅକୋଲା ୨୮।୬:  ମହାରାଷ୍ଟ୍ରର ଅକୋଲା ଜେଲରେ ୬୮ ବନ୍ଦୀ କୋଭିଡ-୧୯ ପଜେଟିଭ ଟିହ୍ନଟ ହୋଇଛନ୍ତି। ଅକୋଲା ଉପଜିଲ୍ଲାପାଳ   ସଞ୍ଜୟ ଖଡସେ ରବିବାର ଏହି ସୂଚନା ଦେଇଛନ୍ତି।  ତେବେ କୌଣସି ବନ୍ଦୀଙ୍କ ଠାରେ ଲକ୍ଷଣ ନଥିଲେ ହେଁ ସେମାନେ ପଜେଟିଭ୍ ଚିହ୍ନଟ ହେବା ଏବେ ସମସ୍ତଙ୍କୁ ଚକିତ କରିଛି।  ସଂକ୍ରମିତ ଚିହ୍ନଟ ସମସ୍ତ ବନ୍ଦୀଙ୍କୁ ଜେଲ ମଧ୍ୟରେ ଥିବା ଆଇସୋଲେସନ ୱାର୍ଡକୁ ସ୍ଥାନାନ୍ତରଣ କରାଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ରିପୋର୍ଟ ଜାରି ହୋଇଥିବା ବେଳେ ବିନା ଲକ୍ଷଣର ସଂକ୍ରମିତଙ୍କୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି। ତେବେ କେବଳ ବନ୍ଦୀ ନୁହଁନ୍ତି ଜେଲରେ ଅନ୍ୟ ୨୦ ଜଣ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜେଲରେ ଏବେ ୩୦୦ ବନ୍ଦୀ ଅବସ୍ଥାନ କରୁଥିବା ବେଳେ କରୋନା ସଂକ୍ରମଣ ପରଠାରୁ ଏଠାରେ ଜଣେ ବି ବନ୍ଦୀଙ୍କୁ ଅଣା ଯାଇ ନାହିଁ। ତେବେ ଏକା ଥରକେ ଏତେ ସଂଖ୍ୟକ ବନ୍ଦୀ ପଜେଟିଭ ଚିହ୍ନଟ ହେବା ଜେଲରେ ଆତଙ୍କ ସୃଷ୍ଟି କରିଛି।

ପୂର୍ବରୁ ଜୁନ ୧୮ ତାରିଖରେ ଜେଲର ୧୮ଜଣ ବନ୍ଦୀ ପ୍ରଥମେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଏଥିଲାଗି କର୍ତ୍ତୃପକ୍ଷ କଟକଣା ଲାଗୁ କରିଥିଲେ ହେଁ ଜେଲରେ ପୁଣି କରୋନା ବ୍ୟାପିଛି। ଅସୁସ୍ଥ ରୋଗୀଙ୍କ ଚିକିତ୍ସା ଲାଗି ଜେଲରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କର ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ସେମାନଙ୍କର ଚିକିତ୍ସା କରାଯାଉଛି। ତେବେ ଅନ୍ୟମାନେ ପର୍ଯ୍ୟବେକ୍ଷଣରେ ଥିବା ଜେଲ ଡାକ୍ତର କହିଛନ୍ତି।

   Related Posts