Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ କରୋନା ଅଧିକ ଘାତକ, ସତର୍କ କରାଇଲା ‘ହୁ’

30/05/2021 at 4:06 PM

ନୂଆଦିଲ୍ଲୀ ୩୦।୦୫: ଗତ ଏକ ବର୍ଷରୁ ଅଧିକ ସମୟ ହେବ କରୋନା ମହାମାରୀ ସହ ପୂରା ଦୁନିଆ ସଂଘର୍ଷ କରୁଛି। ଏହାର ପ୍ରକୋପ ଏବେ ଆଉ କେତେ ଦିନ ରହିବ କହିବା ମୁସ୍କିଲ। ବିଶେଷ କରି ପ୍ରଥମ ଲହରକୁ ସଫଳତା ସହ ମୁକାବିଲା କରିଥିବା ଭାରତ ଦ୍ଵିତୀୟ ଲହରରେ ଅସହାୟ ନଜର ଆସିଛି। ଦ୍ଵିତୀୟ ଲହରରେ ଅକ୍ସିଜେନ୍ ଅଭାବ କାରଣରୁ ବହୁ ସଂଖ୍ୟାରେ ଲୋକେ ପ୍ରାଣ ହରାଇଛନ୍ତି। ଅନ୍ୟପଟେ କରୋନାର ନୂତନ ଭାରିଏଣ୍ଟ ଲୋକଙ୍କ ଫୁସଫୁସ୍‌କୁ ଆକ୍ରମଣ କରୁଛି। ତେଣୁ ଏବେ ଫୁସଫୁସ୍‌କୁ ସୁସ୍ଥ ରଖିବା ଜରୁରୀ ହୋଇ ପଡିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ, ଧୂମ୍ରପାନ କରି ନିଜ ଫୁସଫୁସକୁ କ୍ଷତି ପହଞ୍ଚାଉଥିବା ଲୋକେ କୋଭିଡ୍‌ରେ ଗୁରୁତର ଭାବେ ସଂକ୍ରମିତ  ହେବା ଏବଂ ପ୍ରାଣ ଚାଲିଯିବାର ୫୦ ପ୍ରତିଶତରୁ ଅଧିକ ସମ୍ଭାବନା  ରହିଛି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ ଅଧନୋମ ଘେବ୍ରେୟେସସ ମେ ୨୮ରେ ଜାରି ପ୍ରେସ ବିବୃତିରେ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଭାଇରସ୍‌ର ବିପଦକୁ କମ କରିବା ପାଇଁ ଲୋକଙ୍କୁ ଧୂମ୍ରପାନ ଛାଡି ଦେବା ହିଁ ଶ୍ରେୟସ୍କର। ଧୂମ୍ରପାନ କାରଣରୁ କ୍ୟାନ୍ସର, ହୃଦଜନିତ ରୋଗ ଓ ଶ୍ଵାସଜନିତ ରୋଗ ହେବାର ଅଧିକ ବିପଦ ରହିଥାଏ। ସେହି ଲୋକଙ୍କ ପାଇଁ କରୋନା ଅଧିକ ଘାତକ ହୋଇପାରେ ବୋଲି ସେ କହିଛନ୍ତି।

ଏହି ସମ୍ବନ୍ଧରେ ଗୁରୁଗ୍ରାମରେ ନାରାୟଣ ହସ୍ପିଟାଲର କନସଲଟାଣ୍ଟ ଆଣ୍ଡ ସର୍ଜନ, ହେଡ ଆଣ୍ଡ ନେକ ଆକ୍ନୋଲୋଜିର ଡାକ୍ତର ଶିଳ୍ପୀ ଶର୍ମା କହିଛନ୍ତି, ଆଜିର ଦିନରେ ଯେଉଁମାନେ ବିଡି, ସିଗାରେଟ୍ ପିଉଛନ୍ତି ସେମାନଙ୍କୁ କୋଭିଡ୍ ମହାମାରୀ ହେବାର ଅଧିକ ସମ୍ଭାବନା ରହିଛି। ତେଣୁ ସେମାନଙ୍କୁ ବେଳ ଥାଉ ଥାଉ ଏହି କୁଅଭ୍ୟାସ ଛାଡି ଦେବା ଉଚିତ୍। କାରଣ ଧୂମ୍ରପାନ ଫୁସ୍‌ଫୁସର କ୍ଷତି ଘଟିଥାଏ। ପୁଣି କରୋନା ସଂକ୍ରମଣ ସମୟରେ ଭାଇରସ୍ ଫୁସଫୁସ୍‌କୁ ଆକ୍ରମଣ କରିବାର ସମ୍ଭାବନା ଅଧିକ ରହିଛି। ତେଣୁ ଧୂମ୍ରପାନ କରୁଥିବା ଲୋକଙ୍କୁ ବର୍ତ୍ତମାନ ସଚେତନ କରାଇବାର ସମୟ ଆସିଛି।

ଆକ୍ସନ କ୍ୟାନସର ହସ୍ପିଟାଲରେ ବରିଷ୍ଠ କନସଲଟାଣ୍ଟ ହେଡ୍ ଆଣ୍ଡ ନେକ୍, ବ୍ରେଷ୍ଟ ଆଣ୍ଡ ଥୋରେସିକ ଆକ୍ନୋ ସର୍ଜରୀ ୟୁନିଟ୍ ଡାକ୍ତର ରାଜେଶ ଜୈନଙ୍କ ଅନୁଯାୟୀ, ଫୁସଫୁସ୍ ଯେତିକି ସୁସ୍ଥ ରହିବ କରୋନା ଏବଂ  ଫୁସଫୁସଜନିତ ସମସ୍ୟାରୁ ଶୀଘ୍ର ସୁସ୍ଥ ହେବାର କ୍ଷମତା ରହିବ। ତେଣୁ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଫୁସଫୁସ୍ ଅନ୍ୟମାନଙ୍କ ତୂଳନାରେ ଦୁର୍ବଳ ରହିବ।

   Related Posts