Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ କରୋନା ସଚେତନତା: ଲୁହ ଭରା ଆଖିରେ ହାତଯୋଡ଼ି ନିବେଦନ କଲେ ତହସିଲଦାର

12/08/2020 at 7:40 PM

ସାନଖେମୁଣ୍ଡି୧୨/୮:  କୁକୁଡାଖଣ୍ଡିରେ ବ୍ଲକରେ ଥିବା ସମସ୍ତ ଗ୍ରାମରେ ପାଖାପାଖି ୧୫୦ରୁ ଅଧିକ ଭିନ୍ନକ୍ଷମ ପିଲାଙ୍କୁ ଚିହ୍ନଟ କରିଛି ସ୍ଥାନୀୟ ପ୍ରଶାସନ I ଗର୍ଭବତୀ ମହିଳା, ବୃଦ୍ଧ,ରୋଗାକ୍ରାନ୍ତ ବ୍ୟକ୍ତି ଓ ଶିଶୁ ମାନଙ୍କ ଶରୀରରେ କରୋନା ଆକ୍ରାନ୍ତ କରିବାର ସମ୍ଭାବନା ଅଧିକ ଥିବାବେଳେ ପୂର୍ବରୁ ବ୍ଲକରେ ଚି଼ହ୍ନଟ ୪୧୩ ଜଣ ଗର୍ଭବତୀ ମହିଳାଙ୍କ ନମୁନା ପରୀକ୍ଷା ଆରମ୍ଭ କରି ସମଗ୍ର ଜିଲ୍ଲାରେ ଉଦାହରଣ ସୃଷ୍ଟି କରି ବେଶ ପ୍ରଶଂସା ସାଉଁଟିଛନ୍ତି ତହସିଲଦାର I

ପରବର୍ତ୍ତୀ ସମୟରେ ଭିନ୍ନକ୍ଷମ ଶିଶୁମାନଙ୍କ ଦେହରେ ଯେପରି କରୋନା ଭୁତାଣୁ ପ୍ରବେଶ କରିପାରିବ ନାହିଁ, ତାହାକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ପ୍ରଥମ ବ୍ଲକ ଭାବରେ କୁକୁଡାଖଣ୍ଡି ଅନ୍ତର୍ଗତ ନିମଖଣ୍ଡି ପଞ୍ଚାୟତ ଠାକୁର ବାବା ଆଶ୍ରମ ପରିସରରେ  କୁକୁଡାଖଣ୍ଡି ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ତତ୍ବାବଧାନତାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହେଇଯାଇଛି I

 ଏଥିରେ ଶିଶୁ ବିଶେଷଜ୍ଞ ଡାକ୍ତର ସ୍ବାତୀ ଦାସ ଏବଂ କୋଭିଡ଼ ପାଇଁ ନିଯୁକ୍ତି ଓଏଏସ ଅଧିକାରୀ ଆକାଶ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ମନୋରମା ରେଡ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ I  ପିଲାମାନଙ୍କ ଯତ୍ନ ନେବା ସହ ମାଆମାନେ ମଧ୍ୟ ଯତ୍ନବାନ ହୋଇ ରହିବେ ସେନେଇ ଡାକ୍ତର ଦାସ ପରାମର୍ଶ ଦେଇଥିଲେ ଏବଂ କୌଣସି ଅସୁବିଧା ହେଲେ ତୁରନ୍ତ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ଜରିଆରେ ହେଉ ଅବା ସିଧାସଳଖ ଆମ ଶହ ଯୋଗାଯୋଗ କରିବାକୁ କହିଥିଲେ I

ଶିଶୁମାନଙ୍କ ଠାରେ ଯଦି ସାମାନ୍ୟ ତମ କରୋନା ଲକ୍ଷଣ ଦେଖାଦିଏ ତାହାଲେ ନମୁନା ପରୀକ୍ଷା  କରାଯିବ I ଅନ୍ୟପକ୍ଷରେ ଭିନ୍ନକ୍ଷମ ଶିଶୁ କରୋନା ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି, ତାହାକୁ ଆଖି ଆଗରେ ରଖି ଯେପରି ଅଭିଭାବକ ସମେତ ଶିଶୁମାନେ ସଚେତନତା କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଆସିବା ପାଇଁ ଆକୃଷ୍ଟ ହେବେ ସେଥିନିମନ୍ତେ ପ୍ରଶାସନ ପକ୍ଷରୁ ଏକ କରୋନା କିଟର ବ୍ୟବସ୍ଥା କରାଯାଇ ଶିଶୁମାନଙ୍କୁ ପ୍ରଦାନ କରାଯାଇଥିଲା I

 ଯେଉଁଥିରେ ସାନିଟାଇଜର ଓ ମାସ୍କ ସମେତ ପିଲାଙ୍କୁ ଆକୃଷ୍ଟ କଲା ପରି ଖାଦ୍ୟ ସାମଗ୍ରୀ ରହିଛି I  ଅନ୍ୟପକ୍ଷରେ ଶିଶୁମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେବା ସହ ଲୁହ ଭରା ଆଖିରେ ହାତ ଯୋଡି ଶିଶୁମାନଙ୍କ ସଠିକ ଯତ୍ନନେବା ଏବଂ କୌଣସି ସାମାନ୍ୟ ସମସ୍ୟା ଉପୁଜିଲେ ଆମକୁ ଜଣାଇବାକୁ ନିବେଦନ କରାଇଥିଲେ ତହସିଲଦାର। ପରବର୍ତ୍ତୀ ସମୟରେ ବ୍ଲକର ପ୍ରତିଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସମସ୍ତଙ୍କୁ ସଚେତନତା କରାଯିବ ବୋଲି କହିଥିଲେ I

ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ରେଡି ଯୋଗଦେଇ ଆଜି ପବିତ୍ର ଜନ୍ମାଷ୍ଟମୀରେ ଶିଶୁମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଏହି କାର୍ଯ୍ୟକ୍ରମ ବେଶ ସଫଳତା ପାଇଛି ବହୁ ସଂଖ୍ୟାରେ ଶିଶୁମାନେ ଆମ ଗହଣରେ ଉପସ୍ଥିତ ଅଛନ୍ତି I ଏହିଭଳି ପବିତ୍ର ଦିବସରେ ଆମେ ଶପଥ ନେବା ଓ ମହାମାରୀରୁ କୋମଳ ମତି ଶିଶୁମାନଙ୍କୁ ରକ୍ଷା କରିବା ଉପରେ ପରାମର୍ଶ ଦେବା ସହ ରାଜ୍ୟରେ ପ୍ରଥମ ଥରପାଇଁ ଏହିଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା କାରଣରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ I

   Related Posts