Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଅତ୍ୟନ୍ତ ବିପଦଜନକ: କେବଳ ଫୁସଫୁସ ନୁହେଁ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ହମଲା କରିଥାଏ କରୋନା ଭାଇରସ୍

30/04/2021 at 12:55 PM

ନୂଆଦିଲ୍ଲୀ ୩୦/୦୪ : ଦେଶରେ କରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଗତ ସପ୍ତାହେ ହେଲାଣି ଦେଶରେ ଲଗାତାର ୩ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। କରୋନା ଦ୍ୱିତୀୟ ଲହରରେ ସଂକେତ ମିଳିଛି ଯେ ଭାଇରସ୍ କେବଳ ଫୁସଫୁସକୁ ସଂକ୍ରମିତ କରୁନାହିଁ ବରଂ ଶରୀରର ଅନ୍ୟାନ୍ୟ ଅଙ୍ଗଗୁଡିକୁ ମଧ୍ୟ ପ୍ରଭାବିତ କରୁଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଶରୀରରେ କରୋନା ଭାଇରସର ହମଲା ବଢିବାକୁ ଲାଗିଲେ ଶରୀରର ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦେଇଥାଏ ଏବଂ ଅନ୍ୟାନ୍ୟ ଅଙ୍ଗଗୁଡିକୁ ହମଲା କରିଥାଏ। ଭାଇରସ୍ ଅନ୍ୟ ଅଙ୍ଗରେ ସୁଜନ ସୃଷ୍ଟି କରିଥାଏ। ଯଦି କାହାର ମଧୁମେହ, ହାଇପରଟେନ୍ସନ ବା ମୋଟାପଣ ସମସ୍ୟା ରହିଥାଏ ତାହେଲେ ଭାଇରସ ଅଧିକ ପ୍ରଭାବ ପକାଇଥାଏ।

ଯଦି ଆପଣଙ୍କୁ କିଛି ଅସୁବିଧା ଅନୁଭୂତ ହେଉଥାଏ ତାହେଲେ କଦାପି ନଜରଅନ୍ଦାଜ କରନ୍ତୁନାହିଁ …

. ହୃଦୟ ଉପରେ ହମଲା କରିଥାଏ ଭାଇରସ୍ ଯେଉଁମାନଙ୍କର ହୃଦ ସମସ୍ୟା ରହିଛି କିମ୍ବା ଯେଉଁମାନଙ୍କର ମେଟାବୋଲିକ ସିଷ୍ଟମ ଖରାପ ଅଛି ସେମାନେ ଶୀଘ୍ର କରୋନା ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି। SARs-COV-2 ଭାଇରସ୍ କରୋନା ରୋଗୀଙ୍କ ହୃଦୟର ମାଂସପେଶୀରେ ସୁଜନ ବୃଦ୍ଧି କରିଥାଏ।

. ବଢୁଛି ନ୍ୟୁରୋଲୋଜିକାଲ ସମସ୍ୟା ଦ୍ୱିତୀୟ ଲହରରେ କୋଭିଡ୍ ରୋଗୀଙ୍କ ମଧ୍ୟରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲେଇବା, ଆଖିକୁ ଝିଲମିଲ ଦେଖାଯିବା, ବାନ୍ତି ଲାଗିବା ଭଳି ଲକ୍ଷଣ ସାମ୍ନାକୁ ଆସୁଛି। JAMA ନ୍ୟୁରୋଲୋଜିରେ ପ୍ରକାଶ ପାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବୁହାନରେ ହସ୍ପିଟାଲରେ ଭର୍ତ୍ତି ଥିବା ୨୧୪ ରୁ ଏକ ତୃତୀୟାଂଶ କରୋନା ରୋଗୀଙ୍କ ମଧ୍ୟରେ ନ୍ୟୁରୋଲୋଜିକ ଲକ୍ଷଣ ଦେଖାଦେଇଥିଲା। କରୋନାର ଏହି ପ୍ରଭାବ ବହୁତ ଦିନ ଯାଏଁ ରହିଥାଏ।

. କିଡନୀ ଉପରେ ପ୍ରଭାବ ପକାଇପାରେ କରୋନା ଭାଇରସ୍ ଯଦି ଶରୀରରେ ବହୁ ଦିନ ଧରି ରହିଯାଏ ତାହେଲେ କିଡନୀ ସମସ୍ୟା ବଢ଼ିଯାଇଥାଏ। SARS-CoV-2 କୋଷଗୁଡିକ ଉପରେ ହମଲା କରିଥାଏ ଯେଉଁଥିପାଇଁ କିଡନୀ ସମେତ ଅନେକ ଅଙ୍ଗର କୋଷ ସଂକ୍ରମିତ ହୋଇଯାଇଥାଏ। ଭାଇରସ୍ କିଡନୀରେ ପହଞ୍ଚିବା ପରେ ସୁଜନ ସୃଷ୍ଟି କରିଥାଏ ଯେଉଁଥିପାଇଁ କିଡନୀ କୋଷ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ୟୁରିନ୍ ମାତ୍ରା କମ ହୋଇଯାଇଥାଏ।

. ବ୍ଲଡ୍ କ୍ଲଟ୍ ହେବାର ଆଶଙ୍କା ମଧ୍ୟ ରହିଛିକରୋନା ଯୋଗୁଁ ଶରୀରରେ ସୁଜନ୍ ହୋଇଯାଇଥାଏ ଯେଉଁଥିପାଇଁ ଅନେକ ଲୋକଙ୍କ ଶରୀରରେ ବ୍ଲଡ୍ କ୍ଲଟ୍ କରିଥାଏ। ବିଶେଷଜ୍ଞ କହିଛନ୍ତି ଯେ ACE2 ରିସେପ୍ଟର୍ସ ସହ ଯୋଡି ହେବାପରେ SARS-COV-2 ଭାଇରସ୍ ରକ୍ତ ପ୍ରବାହ ଉପରେ ଚାପ ପକାଇଥାଏ। ଏହାଦ୍ୱାରା ସୃଷ୍ଟି ହେଉଥିବା ପ୍ରୋଟିନ୍ ବ୍ଲଡ୍ କ୍ଲଟ୍ ବୃଦ୍ଧି କରିଥାଏ। ବ୍ଲଡ୍ କ୍ଲଟ୍ ଯୋଗୁଁ ଫୁସଫୁସ ଯାଏଁ ସଠିକ ପରିମାଣର ରକ୍ତ ପହଞ୍ଚି ପାରିନଥାଏ ଏବଂ ହୃଦଘାତର ସମ୍ଭାବନା ବୃଦ୍ଧି ପାଇଥାଏ।

   Related Posts