ତୃଣମୂଳ ସ୍ତରରୁ କରୋନା ଡାଟା ଦେଉଛି ମୋବାଇଲ୍ ଆପ୍‌: କଳାହାଣ୍ଡିର ଯୁବ ଇଞ୍ଜିନିୟରଙ୍କ ଅନନ୍ୟ ଉଦ୍ଭାବନ, ଭିଡିଓରେ ରହିଛି ସମ୍ପୂର୍ଣ୍ଣ ଡେମୋ

Published By : Prameya-News7 Bureau | May 05, 2020 IST

କଳାହାଣ୍ଡି୫/୫: କଳାହଣ୍ଡି ଯୁବକଙ୍କ କମାଲ। କରୋନା ସଂପର୍କୀତ ତୃଣମୂଳ ସ୍ତରୀୟ ସର୍ଭେ ରିପୋର୍ଟକୁ ଜିଲ୍ଲା ପ୍ରଶାସନ ନିକଟକୁ ଶୀଘ୍ର ଏବଂ ସିଧାସଳଖ ପହଁଞ୍ଚାଇବାକୁ କଳାହାଣ୍ଡି ଜିଲ୍ଲାର ଯୁବ ଇଞ୍ଜିନିୟର ତିଆରି କରିଛନ୍ତି ନୂଆ ମୋବାଇଲ ଆପ୍‌।

wp:html /wp:html

ବର୍ତ୍ତମାନ କରୋନା ମୁକାବିଲା ପାଇଁ ତୃଣମୁଳ ସ୍ତରର ରିପୋର୍ଟ ସଂଗ୍ରହ ସବୁଠାରୁ ବଡ ଚ୍ୟାଲେଞ ରହିଛି । କାଗଜ- କଲମରେ ସର୍ଭେ କରାଯାଇ ଜିଲ୍ଲା ପ୍ରଶାସନ ନିକଟରେ ରିପୋର୍ଟ ଦାଖଲ କରିବାକୁ ସମୟ ଲାଗୁଛି।ହେଲେ ବିନା କାଗଜ-କଲମ ବ୍ୟବହାର କରି ଏହି  ମୋବାଇଲ ଆପ୍‌ ଜରିଆରେ କରୋନାର ତୃଣମୂଳ ସ୍ତରର ସର୍ଭେ ରିପୋର୍ଟକୁ ଜିଲ୍ଲା ପ୍ରଶାସନ ନିକଟକୁ ପହଁଞ୍ଚାଇବ ପାରିବେ। ସେଥିପାଇଁ କଳାହାଣ୍ଡି ଜିଲ୍ଲାର ଯୁବ କମ୍ପ୍ୟୁଟର ଇଂଜିନିୟର ଚିରାଗ ସିଂ ଦେଓ ଓ ତାଙ୍କ ଟିମ୍ ପ୍ରସ୍ତୁତ କରିଛନ୍ତି ଏହି ନୂଆ ମୋବାଇଲ ଆପ୍‌।

{"id":265159,"sizeSlug":"large"}

ଏମାନଙ୍କ କହିବା ଅନୁସାରେ ବିନା କାଗଜ-କଲମରେ କମ୍ ସମୟରେ ଏହି ଆପ୍‌ ମାଧ୍ୟମରେ କରୋନା ସଂପର୍କୀତ ତଥ୍ୟା ହାସଲ କରି ପାରିବେ। ଏହି ଆପ୍‌ର ଡେମୋ ମଧ୍ୟ ସେମାନେ ଦେଖାଇ ସାରିଛନ୍ତି। ଆପ୍ ପ୍ରସ୍ତୁତକାରୀଙ୍କ ଦାବି ଯେ, ଏହି ଆପ୍‌ର ବ୍ୟବହାର ବହୁତ ସରଳ। ଏହାକୁ କେହି ବି ବ୍ୟବହାର କରି ପାରିବେ। ହେଲେ ରାଜ୍ୟ ସରକାରଙ୍କ ଆଇଟି ସେକ୍ଟରଙ୍କ ବିନା ଅନୁମୋଦନରେ ଏହି ଆପ୍‌କୁ ଜିଲ୍ଲା ପ୍ରଶାସନ ବ୍ୟବହାର କରି ପାରିବେ ନାହିଁ ବୋଲି କଳାହାଣ୍ଡି ଜିଲ୍ଲାପାଳ କହିଛନ୍ତି।କିନ୍ତୁ ଆପ୍‌ ପ୍ରସ୍ତୁତିକାରୀ ଟିମ୍‌କୁ କଳାହାଣ୍ଡି ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.