କେନ୍ଦ୍ରମନ୍ତ୍ରୀଙ୍କ ନୂଆ ମନ୍ତ୍ର, 'ନଡିଆ ଚଢାଇଲେ ସବୁ ଠିକ୍ ହୋଇଯିବ'

Published By : Prameya-News7 Bureau | April 27, 2021 IST

ଯୋଧପୁର, ୨୭।୦୪: ନଡିଆ ଚଢାଇଲେ ଦୂର ହେବ କରୋନା ସଙ୍କଟ । ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ । ରାଜସ୍ଥାନର ଯୋଧପୁର ଆସନରୁ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ଜଣେ କରୋନା ରୋଗୀଙ୍କ ପରିବାର ଲୋକଙ୍କୁ ଦେଇଥିବା ପରାମର୍ଶକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଶେଖାୱତ ସୋମବାର ଯୋଧପୁର ସହର ସ୍ଥିତ ଏକ କୋଭିଡ୍‌ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ । ସେଠାରେ ଜଣେ କରୋନା ରୋଗୀଙ୍କ ପରିବାର ଲୋକ ତାଙ୍କ ସହାୟତା ମାଗିଥିଲେ । ତା’ପରେ ଶେଖାୱତ କହିଥିଲେ ଯେ ଡାକ୍ତରମାନେ ନିଜ କାମ କରୁଛନ୍ତି । ଆପଣ ଖାଲି ବାଲାଜୀଙ୍କ ପାଖରେ ଗୋଟାଏ ନଡିଆ ଚଢେଇ ଦିଅନ୍ତୁ । ସବୁ ଠିକ୍‌ ହୋଇଯିବ । ଏତିକି କହି ସେ ସେଠାରୁ ପଳାଇଥିଲେ ।

ଦେଶରେ ଏବେ କରୋନା ସ୍ଥିତି ସଙ୍ଗୀନ ରହିଛି । ଦୈନିକ ୩ ଲକ୍ଷରୁ ଅଧିକ କେସ୍ ବାହାରୁଛି । ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୭୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୭୭୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ହଜାର ୩୦୭ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.