Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ହସ୍ପିଟାଲରେ ମିଳିଲାନି ବେଡ୍, ଆମ୍ବୁଲାନ୍ସରେ ଛଟପଟ ହୋଇ ଚାଲିଗଲା କରୋନା ଆକ୍ରାନ୍ତଙ୍କ ଜୀବନ

23/04/2021 at 1:50 PM

ଲକ୍ଷ୍ନୌ,୨୩/୦୪: ଉତ୍ତର ପ୍ରଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ରାଜଧାନୀ ଲକ୍ଷ୍ନୌରୁ ଆରମ୍ଭ କରି ବାରଣାସୀ ଯାଏଁ ସବୁଠି ସ୍ଥିତି ଭୟଙ୍କର । ହସ୍ପିଟାଲରେ ବେଡ୍ ନାହିଁ । ନା ଅଛି ଅକ୍ସିଜେନ୍ ନା ଔଷଧ । ଗୁରୁବାର ଲକ୍ଷ୍ନୌର ଏହ ହସ୍ପିଟାଲରେ ବେଡ୍ ନମିଳିବା କାରଣରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ତାଙ୍କ ପରିବାର ଲୋକେ ହସ୍ପିଟାଲରେ ଆଗରେ କାନ୍ଦୁଥିଲେ ମଧ୍ୟ କେହି ଶୁଣିନଥିଲେ ।

ସୂଚନା ଅନୁସାରେ, ଲକ୍ଷ୍ନୌରେ ରହୁଥିବା ୬୧ ବର୍ଷୀୟ ନିର୍ମଳଙ୍କର ସ୍ୱାସ୍ଥ୍ୟାବସ୍ଥା ଅତି ଖରାପ ହୋଇଯାଇଥିଲା । କୋଭିଡ୍ କମାଣ୍ଡ ସେଣ୍ଟର ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବାକୁ ପରିବାର ଲୋକଙ୍କୁ କହିଥିଲା । କିନ୍ତୁ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଆଡମିଟ୍ କରାଯାଇ ନତିଲା । ହସ୍ପିଟାଲ ସିଏମଓର ରେଫରାଲ୍ ନମ୍ବର ମାଗୁଥିବା ବେଳେ ପରିବାର ଲୋକେ ଆଡମିଟ୍ କରିବାକୁ ଅନୁରୋଧ କରିଥିଲେ । କିଛି ଘଣ୍ଟାର ଅପେକ୍ଷା ପରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା ।

ସାରା ଦେଶରେ କରୋନା ସଂକ୍ରମଣ ବଡିବାରେ ଲାଗିଛି ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୨୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୨୬୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୬୩ହଜାର ୬୯୫ରେ ପହଞ୍ଚିଛି।

ଏତତ୍ ବ୍ୟତୀତ  ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୬ ହଜାର ୯୨୦ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୪୨୮୬୧୬।

   Related Posts