ରାଇରଙ୍ଗପୁର ହସ୍ପିଟାଲରେ କରୋନା ନେଲା ପ୍ରଥମ ମୁଣ୍ଡ, ଟେଷ୍ଟ୍ ରିପୋର୍ଟ ଆସିବା ଆଗରୁ ଚାଲିଗଲା ଜୀବନ

Published By : Prameya-News7 Bureau | April 22, 2021 IST

ରାଇରଙ୍ଗପୁର୨୨/୦୪:  ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଚିକତ୍ସାଳୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ହେଉଛି ହସ୍ପିଟାଲରେ ପ୍ରଥମ ଘଟଣା, ଯେତେବେଳେ କି ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳର ଜଣେ ଯୁବକ(୪୦)ଙ୍କର ଶରୀରରେ କରୋନା ଲକ୍ଷଣ ଥିଲା । ସେ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ପହଞ୍ଚିଥିଲେ। କରୋନା ପରୀକ୍ଷା କେନ୍ଦ୍ରରେ ନିଜର ନମୂନା ଦେବାର କିଛି ସମୟ ପରେ ହିଁ ଯୁବକଙ୍କ ପ୍ରାଣବାୟୁ ଉଡି ଯାଇଥିଲା।  ପରୀକ୍ଷାରେ ଯୁବକ ପଜିଟିଭ ଥିବା ଜଣା ପଡିଥିଲା।

କୋଭିଡ ନିୟମ ଅନୁଯାୟୀ ମୃତଦେହର ଅନ୍ତିମ ସତ୍କାର କରାଯିବା ନେଇ ନିର୍ଦ୍ଦେଶ ରହିଛି । କିନ୍ତୁ ଯୁବକଙ୍କ ମୃତ୍ୟୁ ସୂଚନା ଡାକ୍ତରଖାନା କର୍ତୃପକ୍ଷଙ୍କୁ ମିଳିଥିଲେ ବି ଉପଖଣ୍ଡ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଭାବେ ମୃତଦେହ ଦାହ ପାଇଁ ସ୍ଥାନ ନିରୂପଣ ହୋଇନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.