Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଆସିଲାନି ଆମ୍ବୁଲାନ୍ସ, ରେନକୋଟ୍ ପିନ୍ଧି ବାଇକରେ ହସ୍ପିଟାଲ ଗଲେ କରୋନା ଆକ୍ରାନ୍ତ

25/04/2021 at 7:53 AM

ପଦମପୁର ୨୫।୦୪: ଆସିଲାନି  ଆମ୍ବୁଲାନ୍ସ । ବାଧ୍ୟ ହୋଇ ରେନକୋର୍ଟ ପିନ୍ଧି ମୋଟର ସାଇକେଲ ଯୋଗେ ଡାକ୍ତରଖାନା ଗଲେ କରୋନା ଆକ୍ରାନ୍ତ । ଏଭରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଲିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ସର୍ଗିବାହାଲ ପଂଚାୟତ ଇଛାପାଲି ଗ୍ରାମରେ ।

ଏହି ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନଙ୍କ ୨୭ ବର୍ଷିୟ ପୁତ୍ର ଦୁଷ୍ମନ୍ତ ପ୍ରଧାନ ଆଠ ଦିନ ପୂର୍ବରୁ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇ ଘରେ ସଂଗରୋଧରେ ଥିଲେ । କିନ୍ତୁ ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଆଣିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଫୋନ କରିବାର ଦୀର୍ଘ ତିନି ଘଂଟା ବିତି ଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା ।

ପୁଅର ଅସୁସ୍ଥତାକୁ ଦେଖି ବାପା  ଆଉ ଜଣେ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ସେ ପୁଅକୁ ରେନକୋର୍ଟ ପିନ୍ଧାଇ ମୋଟରସାଇକେଲରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା।  କୋଭିଡ ଆକ୍ରାଙ୍କ ଚିକିତ୍ସା ସୁବିଧା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସର ବ୍ୟବସ୍ଥା ଥାଇ ମଧ୍ୟ ବାରମ୍ବାର ଅବିଯୋଗ ସତ୍ବେ ମଧ୍ୟ ଏପରି ଘଟଣା ଘଟିବା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଲିପାରି ନାହିଁ ।

   Related Posts