ଓଡିଶାରେ କରୋନା ଭୟ : କଟକ ବଡ ମେଡିକାଲରୁ ଚମ୍ପଟ ମାରିଲେ କରୋନା ସନ୍ଦିଗ୍ଧ

Published By : Prameya-News7 Bureau | March 06, 2020 IST

କଟକ ୬।୩: କରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । କରୋନା ଭାଇରସ୍ ଦିନକୁ ଗୋଟିଏ ଦେଶରୁ ଅନ୍ୟ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି । ଏମିତିରେ କଟକ ବଡ ମେଡିକାଲରୁ ଚମ୍ପଟ ମାରିଛନ୍ତି ଜଣେ କୋରନା ସନ୍ଦିଗ୍ଧ । ଯାହାକୁ ନେଇ ଏବେ ଭୟ ଖେଳିଯାଇଛି ।

{"id":233231,"sizeSlug":"large"}

ସୂଚନାଯୋଗ୍ୟ ଯେ, ଫେରାର ଯୁବକ ଜଣଙ୍କ ଆୟର୍ଲାଣ୍ଡର । ଭୁବନେଶ୍ବର ବିମାନବନ୍ଦରରେ ଯାଞ୍ଚ ବେଳେ ତାଙ୍କଠାରେ କରୋନା ସଂକ୍ରମିତ ଲକ୍ଷଣ ଥିବା ସନ୍ଦେହ ହେବାରୁ ତାଙ୍କୁ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା । ପରେ ସେଠାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦେହରେ ସାମାନ୍ୟ ତାପମାତ୍ରା ଥିବାରୁ ସନ୍ଦେହରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ କାହିଁକି ଫେରାର ହୋଇଗଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନି ।

{"id":233587,"sizeSlug":"large"}

ଏନେଇ ମଙ୍ଗଳାବାଗ ଥାନାରେ କଟକ ବଡ ମେଡିକାଲ କର୍ତ୍ତୃପକ୍ଷ ଏତଲା ଦେଇଛନ୍ତି । ସୁରକ୍ଷା ସତ୍ତ୍ବେ କେମିତି ଯୁବକ ଚମ୍ପଟ ମାରିଲେ ତାର ତନାଘନା ଚାଲିଛି ।

{"id":233608,"sizeSlug":"large"}

ସେପଟେ କଟକ ଏସସିବିରେ ଚିକିତ୍ସିତ କରୋନା ସନ୍ଦିଗ୍ଧ ଦମ୍ପତ୍ତିଙ୍କ ସାମ୍ପଲ ନେଗେଟିଭ୍ ଆସିଛି । ପୁଣେ NIVକୁ ଯାଇଥିବା ରକ୍ତ ଏବଂ ସ୍ବାବ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି । ୨ ଦିନ ତଳେ ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜରେ ଏହି ଦମ୍ପତ୍ତି ଆସିଥିଲେ । ସେମାନଙ୍କୁ କରୋନା ସଂକ୍ରମଣ ଆଶଙ୍କାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.