Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେଙ୍ଗାଲୁରୁରେ ପୁଣି ଜଣେ ଓଡିଆ ଯୁବକଙ୍କ କରୋନା ଜନିତ ମୃତ୍ୟୁ: ହଠାତ୍‌ ଛାତି ଯନ୍ତ୍ରଣା ହେଲା, ଶେଷରେ ଜୀବନ ଚାଲିଗଲା

18/08/2020 at 4:20 PM

ବେଙ୍ଗାଲୁରୁ୧୮/୮:  ବେଙ୍ଗାଲୁରୁରେ ପୁଣି ଜଣେ ଓଡିଆ ଯୁବକଙ୍କ କରୋନାଜନିତ ମୃତ୍ୟୁ। ମୃତ ବ୍ୟକ୍ତି ହେଲେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଜୟନ୍ତରା ଗାଁର ଅକ୍ଷୟ କୁମାର ଜେନା। ତାଙ୍କ ବୟସ ୨୭ ବର୍ଷ। ତାଙ୍କର କୋଭିଡ୍ ପଜିଟିଭ୍ ବାହାରିବା ପରେ ତାଙ୍କୁ ବେଙ୍ଗାଲୁରୁରସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ କୋଭିଡ୍ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଛି।  

ମୃତ ଅକ୍ଷୟ ଜେନା ବେଙ୍ଗାଲୁରୁ ସହରର ବୋମାସନ୍ଦ୍ରା ଶିଳ୍ପାଞ୍ଚଳରେ ଥିବା ଏକ ଗାର୍ମେଣ୍ଟ କମ୍ପାନୀରେ କାମ କରୁଥିଲେ। ହଠାତ୍ ତାଙ୍କ  ଛାତି ଯନ୍ତ୍ରଣା ହେଲା, ଯାହାଫଳରେ ତାଙ୍କୁ କଥା କହିବାରେ କଷ୍ଟ ହୋଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଡାଇବେଟିସ ଚେକ୍ ଅପ୍ ପାଇଁ ହସ୍ପିଟାଲକୁ ପଠା ଯାଇଥିଲା ଏବଂ ସେଠାରେ ତାଙ୍କର କରୋନା ଟେଷ୍ଟ ହେଲା ପରେ ଜଣା ପଡିଥିଲାଯେ ସେ କୋଭିଡ୍ ପଜିଟିଭ। କୋଭିଡ୍‌ ପଜିଟିଭ ବାହାରିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା। ବାଙ୍ଗାଲୋର ସହରରେ ବିଗତ ପାଞ୍ଚ ବର୍ଷ ହେବ ସେ କମ୍ପାନୀରେ କାମକରି ନିଜ ପରିବାରର ପ୍ରତିପୋଷଣ କରି ଆସୁଥିଲେ। । ହଠାତ୍ ତାଙ୍କ ମୃତ୍ୟୁରେ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି।

   Related Posts