ବଜାର ଉପରେ କରୋନା ବାଦଲ , ଭୟାନକ ଭୂତାଣୁ ନେବ ୫କୋଟି ଲୋକଙ୍କ ଚାକିରୀ

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ୧୬।୦୩: କରେନା ଭାଇରସ୍ ଯୋଗୁଁ ସାରା ବିଶ୍ବରରେ ଏବେ ମାନ୍ଦାବସ୍ଥା ଦେଖାଦେଇଛି । ବିଶ୍ବର ବହୁ ସହରରେ ଲକଡାଉନ୍ କରାଯାଉଛି। ଯାତାୟତ ଉପରେ ମଧ୍ୟ ରୋକ ଲଗାଯାଇଛି। ବିଭିନ୍ନ ସହରରେ ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଛି। ଲୋକଙ୍କର ଯିବା-ଆସିବା ପ୍ରାୟ ଏକ ପ୍ରକାର ବନ୍ଦ ହୋଇଯାଇଛି। ବହୁ ଲୋକ ସଂକ୍ରମଣ ଭୟରେ ବାହାରକୁ ଯାଉ ନାହାନ୍ତି। ସେମିନାର, ଅନ୍ତଃର୍ଜତୀୟ ଇଭେଣ୍ଟ, ଖେଳ ଆୟୋଜନ, ବୈଠକ ସବୁକିଛି ରଦ୍ଦ କରିଦିଆଯାଇଛି। କିନ୍ତୁ ଏହାଦ୍ବାରା ସବୁଠାରୁ ଅଧିକ କ୍ଷତି କାହାକୁ ହେଉଛି ତାହା ହେଲା ପର୍ଯ୍ୟଟନ ଉଦ୍ୟୋଗ ।

{"id":239218,"sizeSlug":"large"}

ପର୍ଯ୍ୟଟନ ଉଦ୍ୟୋଗରେ କରୋନା ଭାଇରସ୍ କାରଣରୁ ୫ କୋଟି ଲୋକଙ୍କର ରୋଜଗାର ଶେଷ ହୋଇପାରେ। ଏହି ସୂଚନା ଓ୍ବାର୍ଲ୍ଡ ଟ୍ରାଭେଲ ଆଣ୍ଡ ଟୁରିଜିମ୍ କାଉନସିଲ(WTTC) ଇଣ୍ଡଷ୍ଟ୍ରି ଗ୍ରୁପ୍ ଦେଇଛି। ବ୍ଲୁମବର୍ଗ ଇକୋନୋମିକ୍ ଏହି ଗ୍ରୁପ ପକ୍ଷରୁ ଲେଖିଛି ଯେ, ଶତାଧିକ ବିମାନ ବନ୍ଦ ହୋଇ ରହିଛି। ୧୦ରୁ ଅଧିକ କ୍ରୁଜ ସିପ୍ ମଧ୍ୟ ବନ୍ଦ ହୋଇକି ଅଛି।

{"id":239219,"sizeSlug":"large"}

WTTC ମ୍ୟାନେଜିଂ ଡାଇରେକ୍ଟର ଭର୍ଜିନିଆ ମୋସିନା ପକ୍ଷରୁ କୁହାଯାଇଛି ୨୦୨୦ରେ ପର୍ଯ୍ୟଟନ ସମ୍ପର୍କିତ ୨୫% ବୁକିଂ କ୍ୟାନ୍ସେଲ କରାଯାଇ ସାରିଛି। ଏଭଳି ସ୍ଥିତିରେ ଟୁରିଜିମ୍ ଇଣ୍ଡଷ୍ଟ୍ରୀକୁ ଖୁବ୍ କ୍ଷତି ସହିବାକୁ ପଡିଛି। କମ୍ପାନୀ ଗୁଡିକ ଏହାକୁ ବରଦାସ୍ତ କରିପାରିବେ ନାହିଁ। ତାହା ଅଧିକ ଦିନ ପର୍ଯ୍ୟନ୍ତ ଲକ୍ ଡାଉନରେ ରହିପାରିବ ନାହିଁ।WTTC ସୂଚନା ଅନୁସାରେ ରୋଗ କାରଣରୁ ସାରା ବିଶ୍ବରେ ପର୍ଯ୍ୟଟକ କ୍ଷେତ୍ରରେ କାମ କରୁଥିବା ୧୬% ଲୋକଙ୍କ ଚାକିରି ଚାଲିଯିବ। ଅର୍ଥାତ ଭାଇରସ ଦ୍ବାରା ପ୍ରାୟ ୫ କୋଟି ଲୋକଙ୍କ ରୋଜଗାର ଉପରେ ବିପଦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.