Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

କରୋନା କବଳରେ ସାରା ବିଶ୍ୱ : ୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୪୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

2/04/2020 at 7:35 AM

ନୂଆଦିଲ୍ଲୀ ୦୨।୦୪: ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି କରୋନା । ବର୍ତ୍ତମାନ ସୁଦ୍ଧା ବିଶ୍ବର ୨୦୩ଟି ଦେଶକୁ ବ୍ୟାପିସାରିଲାଣି କରୋନା । ଏପର୍ଯ୍ୟନ୍ତ କରୋନା ମହାମାରୀ  ୪୭ ହଜାରରୁ  ଅଧିକ ଲୋକଙ୍କ ଜୀବନ ନେଇଥିବା ବେଳେ ୯ ଲକ୍ଷ ୩୫ ହଜାରରୁ ଅଧିକ ​ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ପ୍ରାୟ ଦୁଇ ଲକ୍ଷ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

ତେବେ କରୋନା ପାଇଁ ଏବେ ସର୍ବାଧିକ ପ୍ରଭାବିତ ହେଉଛନ୍ତି ଆମେରିକା ଓ ଇଟାଲୀ । ଇଟାଲୀରେ ୧୩ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଆମେରିକାରେ ପ୍ରାୟ ୫ ହଜାର ଜୀବନ ନେଲାଣି କରୋନା । ସାରା ବିଶ୍ବରେ ଆଜି ସୁଦ୍ଧା ୯ ଲକ୍ଷରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ କେବଳ ଇଟାଲୀ ଓ ଆମେରିକାରେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବା ଖବର ଆସିଛି । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିବା ସହିତ କହିଛନ୍ତି ଆମେ କରୋନା ସହ ଲଢ଼ୁଛୁ, ଆମେରିକାବାସୀଙ୍କ ସହ ଯୋଗରେ ଏ ଯୁଦ୍ଧ ଜିତିବୁ। ଆମର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀ ତିଆରି, କ୍ରୟ ଏବଂ ବିତରଣ କରିବା ପାଇଁ ଆମେ ଆମେରିକୀୟ ଉତ୍ପାଦକ ଏବଂ ଯୋଗାଣକାରୀଙ୍କ ଅବିଶ୍ୱସନୀୟ ଶକ୍ତି ବ୍ୟବହାର କରୁଛୁ ।

ତେବେ ସେହିପରି  ସ୍ପେନ୍‌ରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୪ହଜାର ୧୧୮ ଥିବା ବେଳେ ମୃତକଙ୍କ ସଂଖ୍ୟା ୯ହଜାର ୩୮୭ଜଣ ରହିଛି । ଅନ୍ୟ ଦେଶ ପରି ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ୯୯୮ଜଣ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୫୮ରହିଛି । ସେହିପରି ପାକିସ୍ତାନରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧୮ ଥିବା ବେଳେ ମୃତକଙ୍କ ସଂଖ୍ୟା ୨୭ରେ ଅଛି ।

   Related Posts