ଚୀନ୍‌ରୁ କନ୍ଧମାଳ ଡ଼େଇଁଲା ଭୟଙ୍କର କରୋନା ଭାଇରସ୍‌: ସନ୍ଦିଗ୍ଧଙ୍କ ଚାଲିଛି ଚିକିତ୍ସା

Published By : Prameya-News7 Bureau | January 31, 2020 IST

କନ୍ଧମାଳ୩୧/୧: ଓଡ଼ିଶାରେ କରୋନା ସନ୍ଦିଗ୍ଧ । ସାରା ବିଶ୍ବରେ ଆତଙ୍କ ଖେଳାଇଛି କରୋନା ଭାଇରସ । ଏବେ ଓଡ଼ିଶାରେ ମଧ୍ୟ କରୋନା ଭୟ ଦେଖାଦେଇଛି । କନ୍ଧମାଳ ଜିଲ୍ଲା ଫୁଲବାଣୀର ଜଣେ ସଦିଗ୍ଧ ଆକ୍ରାନ୍ତ। ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।  ଡାକ୍ତରୀ ଛାତ୍ରଜଣକ ଚୀନରେ ଏସବିବିଏସ ପଢୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ କିଛି ଦିନ ତଳେ ଫୁଲବାଣୀ ଫେରିଥିବା ସୂଚନା ମିଳିଛି । ତେବେ ଘରକୁ ଫେରିବା ଦିନ ଠାରୁ କାଶ, ଥଣ୍ଡା ଛାଡ଼ୁ ନଥିବାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । କରୋନା ସନ୍ଦେହ କରି ନିଜେ ଛାତ୍ରଜଣକ ସିଡିଏମଓଙ୍କୁ ଚିଠି ଲେଖିଥିଲେ । ଚିଠି ଦେଖିବା ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ମୃତ୍ୟୁଞ୍ଜୟ ମୁନି ।

{"id":218326,"sizeSlug":"large"}

ଚାଇନାରୁ କନ୍ଧମାଳ ଡେଇଁଲା କି କରୋନା !  ଚୀନ ଫେରନ୍ତା ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଭାଇରସ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ! ଚୀନରେ MBBS ପଢୁଥିବା ମୃତ୍ୟୁଞ୍ଜୟ ମୁନି ନାମକ ଏହି ଛାତ୍ର ୧୧ ତାରିଖରେ ଫୁଲବାଣୀ ଫେରିଥିଲେ । ଫେରିବା ପରଠାରୁ କାଶ, କଫ ଥଣ୍ଡା, ଜର ଲାଗିଛି ଯେ ଛାଡ଼ୁନି। ସେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରି କନ୍ଧମାଳ ସିଡିଏମ୍‌ଓଙ୍କୁ ଚିଠି ଲେଖିଥିଲେ ଛାତ୍ର ଜଣକ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଯିବା ସହ ଅଧିକ ଅନୁଧ୍ୟାନ ପାଇଁ SCB ର ସ୍ବତନ୍ତ୍ର କରୋନା ଓ୍ବାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ।

{"id":218327,"sizeSlug":"large"}

କନ୍ଧମାଳ ଖବର ଶୁଣି ରାଜ୍ୟ ସରକାର ସତର୍କତା ବଢ଼ାଇଛନ୍ତି । ବିଦେଶରୁ ଆସୁଥିବା ବିମାନ ସମୟରେ ସେଠାରେ ଏକ ଟିମ୍‌ ଉପସ୍ଥିତ ରହିବା ଲାଗି ବ୍ୟବସ୍ଥା ହୋଇଛି। ଏହି ସମୟରେ ଯାତ୍ରୀଙ୍କ ଟେଷ୍ଟ କରାଯିବ।  ଓଡ଼ିଶାରେ ଥିବା ଚୀନ ବାସିନ୍ଦାଙ୍କ ସହିତ ଯୋଗାଯୋଗ ରକ୍ଷା କରାଯିବ। ସେହିପରି କ୍ୟାପିଟାଲ ହସ୍ପିଟାଲରେ କୋରୋନା ପାଇଁ ଏକ ସ୍ବତନ୍ତ୍ର ୱାର୍ଡ କରାଯାଇଛି।

{"id":218328,"sizeSlug":"large"}

ଗୁରୁବାର କେରଳରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ ହୋଇଥିଲା। ଏହି ଛାତ୍ରୀଙ୍କୁ ଏବେ କେରଳର ତ୍ରିସୁର ଜେନେରାଲ୍ ହସ୍ପିଟାଲ୍ ର ସ୍ବତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି।  ଦିଲ୍ଲୀ ବିମାନବନ୍ଦରରେ ଚୀନ ଫେରନ୍ତା ୫ ଜଣଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣ ଲକ୍ଷଣ ଦେଖାଦେବା ପରେ ସେମାନଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ଆତଙ୍କ ବଢୁଥିବା ବେଳେ ପୁଣି ସ୍ଥିତି ସମୀକ୍ଷା କରିଛନ୍ତି କ୍ୟାବିନେଟ୍ ସଚିବ । ସର୍ବାଧିକ କରୋନା ଭାଇରସ୍ ଆକ୍ରାନ୍ତ ଚୀନର ଉହାନ ସହରରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଦିଲ୍ଲୀରୁ ଏୟାରଇଣ୍ଡିଆର ବୋଇଙ୍ଗ ବିମାନ ଉଡାଣ ଭରିଛି । ଆବଶ୍ୟକ ଔଷଧ ସହ ଡାକ୍ତରୀ ଟିମ୍ ବିମାନରେ ଯାତ୍ରା କରିଛନ୍ତି ।

{"id":218329,"sizeSlug":"large"}

ଚୀନ୍ ରୁ ଆରମ୍ଭ ହୋଇ ୧୭ଟି ଦେଶକୁ ବ୍ୟାପିଥିବା ‘କରୋନା ଭାଇରସ୍’ ଏବେ ସୁଦ୍ଧା ୨୧୩ ଜଣଙ୍କ ଜୀବନ ନେଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଛୁଇଁଲାଣି । ଚୀନ୍ ନାଗରିକଙ୍କୁ ବାଦଦେଲେ ପ୍ରାୟ ୭୫ ଜଣ ବିଦେଶୀ ନାଗରିକ ଭାଇରସ୍  ଆକ୍ରାନ୍ତ ଥିବା ଜଣାପଡ଼ିଛି।  ଭୟାବହତାକୁ ଦେଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଆନ୍ତର୍ଜାତିକ ଜନସ୍ବସ୍ଥ୍ୟ ସଙ୍କଟ, ପିଏଚ୍‌ଇଆଇସି ବୋଲି ଘୋଷଣା କରିଛି। ଆମେରିକା ତା’ର ନାଗରିକଙ୍କୁ ଚୀନ୍ ରୁ ଖାଲି କରାଉଥିବା ବେଳେ ଜାପାନ୍ , ରୁଷ୍ ଭଳି ରାଷ୍ଟ୍ର ମଧ୍ୟ ସମାନ ପଦକ୍ଷେପ ନେଉଛନ୍ତି। ଭାରତ ମଧ୍ୟ ଏହାର ନାଗରିକଙ୍କ ସହିତ ଯୋଗାଯୋଗରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.