Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ସାରା ବିଶ୍ବକୁ ଘାରିଛି ‘କରୋନା ଭାଇରସ’ର ଭୟ: ଓଡ଼ିଶାରେ ଖୋଲାଗଲା ସ୍ବତନ୍ତ୍ର ସ୍କ୍ରିନିଂ ସେଣ୍ଟର

26/01/2020 at 10:36 PM

ଭୁବନେଶ୍ବର୨୬/୧: ଚୀନରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ଘାତକ କରୋନା ଭୂତାଣୁର ଆତଙ୍କ । ଏବେ ସୁଦ୍ଧା ୫୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।  ଭାରତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ  ସମସ୍ତ ରାଜ୍ୟକୁ ମଧ୍ୟ ଏନେଇ ଆଡଭାଇଜରୀ ଜାରି କରାଯାଇଛି । ଓଡ଼ିଶାରେ ଭୁବନେଶ୍ବର ଓ ଝାରସୁଗୁଡା ବିମାନ ବନ୍ଦର ଦେଇ  ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସ୍କ୍ରିନିଂ ସେଣ୍ଟର କରାଯାଇଛି। 

ସାରା ବିଶ୍ବକୁ ଘାରିଛି ଚୀନରେ ଭୟଙ୍କର ରୂପ ଧାରଣ କରିଥିବା କରୋନା । ଚୀନରେ ୫୬ ଜଣଙ୍କ ମୃତ୍ୟୁ ଘଟିଲାଣି । ଚୀନର ଉଆନ ପ୍ରଦେଶରୁ କରୋନା ଭାଇରସ ବ୍ୟାପୁଥିବାରୁ ଏବେ ଏହି ଅଞ୍ଚଳକୁ ଜଳ ସ୍ଥଳ, ଆକାଶରେ ଏକଘରିକିଆ କରାଯାଇଛି । ସେହିପରି ଅଷ୍ଟ୍ରେଲିଆ, ଆମେରିକା, କୋରିଆ, ଫ୍ରାନ୍ସର ଭଳି ଦେଶ ଗୁଡିକ ଏନେଇ ବିଶେଷ ଭୟଭୀତ ହୋଇ ପଡିଛନ୍ତି ।  କରୋନାର ମୁକାବିଲା ପାଇଁ ଚୀନ ଆର୍ମିର ୪୫୦ଜଣ ସ୍ବତନ୍ତ୍ର ଅଭିଜ୍ଞ ଡାକ୍ତରଙ୍କୁ କାର୍ଯ୍ୟରେ ଲଗାଇଛି।

ଚୀନରେ କରୋନା ଭୂତାଣୁର ଭୟାବହତାକୁ ଦେଖି ଭାରତ ସରକାର ଆଗୁଆ ସତର୍କତା ନେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୭ଟି ରାଜ୍ୟକୁ ସ୍ବତନ୍ତ୍ର ଟିମ୍ ପଠାଇଛି । ସମସ୍ତ ରାଜ୍ୟର ବିମାନ ବନ୍ଦରରେ ସ୍ବତନ୍ତ୍ର ସ୍କ୍ରିନିଂ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାର ଦୁଇଟି ବିମାନ ବନ୍ଦରରେ ରାଜ୍ୟ ସରକାର ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରିଛନ୍ତି । 

ଝାରସୁଗୁଡା ବିମାନବନ୍ଦର ଦେଇ ସିଧାସଳଖ କୋଲକାତା ଓ ନୂଆଦିଲ୍ଲୀ କୁ ବିମାନ ଚଳାଚଳ କରୁଛି।  ଚୀନ, ହଂକଂ ଓ ଥାଇଲାଣ୍ଡରୁ ଫେରୁଥିବା ଯାତ୍ରୀଙ୍କ ଠାରେ ସନ୍ଦିଗ୍ଧ ଭୁତାଣୁ କାଳେ ଥିବା ପରୀକ୍ଷା କରାଯାଉଛି। ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଏୟାରପୋର୍ଟ ଗୁଡିକରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜି ଝାରସୁଗୁଡା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ବିମାନବନ୍ଦର କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ସେଠାରେ ଏକ ସ୍କ୍ରିନିଂ ସେଣ୍ଟରର ବ୍ୟବସ୍ଥା କରିଛନ୍ତି । କରୋନା ଭାଇରାସ୍ ଚିହ୍ନଟ ହେଲେ ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ସ୍ଥାନୀୟ ଡାକ୍ତରଖାନାକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି ।

   Related Posts