FICCIଙ୍କ ସୂଚନା: କରୋନା ସଂକଟ ଯୋଗୁ ଭାରତରେ ହୋଇପାରେ ଔଷଧ ଅଭାବ

Published By : Prameya-News7 Bureau | February 16, 2020 IST

ନୂଆଦିଲ୍ଲୀ ୧୬।୨:  ଚୀନରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣ ଏବେ ବ୍ୟବସାୟକୁ ପ୍ରଭାବିତ କରିଛି। ଏଥିରେ ବିଭିନ୍ନ ଇଲେକ୍ଟ୍ରିକ ଓ ଇଲେକ୍ଟ୍ରୋନିକ ସାମଗ୍ରୀ ରପ୍ତାନୀ ଚୀନରୁ ବନ୍ଦ ଥିବା ବେଳେ ଜୀବନରକ୍ଷାକାରୀ ଔଷଧ ଲାଗି ମଧ୍ୟ ଏବେ କଞ୍ଚାମାଲ ଅଭାବ ଦେଖାଦେଇଛି। ଭାରତୀୟ ଔଷଧ ନିର୍ମାତାମାନେ ଅଧିକ ୨ରୁ ୩ ମାସ ଲାଗି କଞ୍ଚାମାଲ ମହଜୁଦ ରଖନ୍ତି। ଏଥିରେ ଚୀନରୁ ଆସୁଥିବା ସାମଗ୍ରୀର ଯୋଗାଣ ବନ୍ଦ ହୋଇଥିବା ଯୋଗୁ ଆଗକୁ ଦେଶରେ ପାରାସିଟାମଲ, ଇବ୍ରୁଫେନ, ଆମ୍ପିସିଲିନ ଓ ସିପ୍ରୋଫ୍ଲୋକ୍ସାସିନ ଭଳି ଔଷଧର ପ୍ରସ୍ତୁତି ସାଙ୍ଗକୁ ଯୋଗାଣ ପ୍ରଭାବିତ ହେବାର ଆଶଙ୍କା କରାଗଲାଣି।

{"id":225193,"sizeSlug":"large"}

ଚୀନରୁ ସ୍ମାର୍ଟ ଫୋନ, ସୌର ଶକ୍ତି ଉତ୍ପାଦନ ସାମଗ୍ରୀର ଯନ୍ତ୍ରାଂଶ ସାଙ୍ଗକୁ ଅନ୍ୟ ଇଲେକ୍ଟ୍ରିକ୍ ଓ ଇଲୋକ୍ଟ୍ରନିକ ସାମଗ୍ରୀ ଭାରତ ଆମଦାନୀ କରିଥାଏ। ଏଥିରେ ଔଷଧ ପ୍ରସ୍ତୁତି ନିମନ୍ତେ କିଛି କଞ୍ଚାମାଲ ବି ଚୀନରୁ ଆସିଥାଏ ବୋଲି ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ (ଫିକି) କହିଛନ୍ତି । ଚୀନରେ ଭୂତାଣୁ ସଂକ୍ରମଣ ପରଠାରୁ ଦେଶର ଉତ୍ପାଦନ ଓ ମହଜୁଦ ଉପରେ ଫିକି ବରାବର  ନଜର ରଖିଛନ୍ତି। ଏଥିରେ ଭାରତରେ ଚୀନ ଆମଦାନୀ ସାମଗ୍ରୀର ମହଜୁଦ ସରି ଆସିଥିବା ଜଣାଇଦେଇଛନ୍ତି।

{"id":225194,"sizeSlug":"large"}

ତେବେ ଚଳିତମାସରେ ଉତ୍ପାଦନ ଅଥବା ଯୋଗାଣ ଉପରେ ଏତେ ପ୍ରଭାବ ପଡୁନଥିବା ବେଳେ ଯଦି ଚୀନରେ ଉପୁଜିଥିବା ପରିସ୍ଥିତି ରେ ସୁଧାର ନ ଆସେ ତେବେ ଏହାର ପ୍ରଭାବ ଭାରତର ବେପାର ବଣିଜ ଓ ସ୍ୱାସ୍ଥ୍ୟ ସେବା ଉପରେ ବି ପଡିବ ବୋଲି ଏବେ ଆଶଙ୍କା କରାଗଲାଣି। ଚୀନର କରୋନା ଭାଇରସ ସଂକ୍ରମଣ ପରଠାରୁ ଏପର୍ଯ୍ୟନ୍ତ  ୧ ହଜାର ୬୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.