ଧନିଆଁ ପତ୍ର : ମୁଖ ଗହ୍ବର କର୍କଟଠୁ ଆରମ୍ଭ କରି ଆହୁରି ୧୦ଟି ରୋଗ ପାଇଁ ବେଶ ଉପାଦେୟ, ଜାଣିଲେ ଏହି ସବୁ ରୋଗକୁ କରିବେ ବାଏ ବାଏ

Published By : Prameya-News7 Bureau | November 13, 2018 IST

ଭୁବନେଶ୍ବର ୧୩/୧୧: ଧନିଆଁପତ୍ର ବା ସିଲାଣ୍ଟ୍ରୋ ମାଙ୍ଗାନିଜ,ଡାଇଟାରୀ ଫାଇବର,ମାଗ୍ନେସିୟମ୍ ଏବଂ ଆଇରନକୁ ନେଇ ଗଢ଼ା। ଏହା ବ୍ୟତୀତ ଧନିଆଁପତ୍ର ଭିଟାମିନ୍ ସି,ଭିଟାମିନ୍ କେ ଏବଂ ପୁଷ୍ଟିସାରକୁ ନେଇ ଗଢ଼ା। ଏଥିରେ କିଛି ପରିମାଣରେ ପୋଟାସିୟମ୍,ଫସଫରସ୍,କ୍ୟାଲସିୟମ୍,ଥାୟାମିନ୍,ନାୟାସିନ୍ ଏବଂ କ୍ୟାରୋଟିନ୍ ରହିଛି। ଧନିଆଁପତ୍ରର କେତେକ ଲାଭଦାୟକ ଗୁଣ ହେଲା ୧.ଧନିଆଁପତ୍ର ହାନିକାରକ କୋଲେଷ୍ଟ୍ରୋଲର ମାତ୍ରାକୁ କମ୍ କରି ଲାଭଦାୟକ କୋଲେଷ୍ଟ୍ରୋଲର ମାତ୍ରାକୁ ବଢ଼ାଇଥାଏ। ୨.ଏହା ହଜମ ପ୍ରକ୍ରିୟାପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ୩.ଏହା ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ଇନସୁଲିନ କ୍ଷରଣକୁ ଉତ୍ତେଜିତ କରିଥାଏ ଏବଂ ବ୍ଲଡ୍ ସୁଗାର ମାତ୍ରାକୁ କମ୍ କରିଥାଏ। ୪.ଧନିଆଁପତ୍ର ଆଲଝିମର୍ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ ଅଟେ। ୫.ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଫୁସଫୁସ ଏବଂ ଦାନ୍ତଗହ୍ବର କର୍କଟ ପାଇଁ ଉପାଦେୟ ଅଟେ। ୬.ଏହା ଆର୍ଥରାଇଟିସ୍ ଭଳି ଜ୍ବାଳା ସୃଷ୍ଟି କରୁଥିବା ରୋଗ ପାଇଁ ଲାଭଦାୟକ ହୋଇଥାଏ। ୭.ଧନିଆଁପତ୍ର ପାଟିରେ ହୋଇଥିବା ଘା ପାଇଁ ମହୈାଷଧି। ୮.ଏହା ଦୃଷ୍ଟିଶକ୍ତିକୁ ମଧ୍ୟ ପ୍ରଖର କରିଥାଏ। ଧନିଆଁପତ୍ର ଖାଇବା ଦ୍ବାରା ଆଖିଧରାରୁ ଉପଶମ ମିଳିଥାଏ। ୯.ଏହା ମହିଳାମାନଙ୍କର ଋତୁସ୍ରାବ ଚକ୍ର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ୧୦.ଏହା ସ୍ନାୟୁଗତ ସମସ୍ୟା ପାଇଁ ମଧ୍ୟ ଉପଯୁକ୍ତ ହୋଇଥାଏ। ଏହା ସ୍ମରଣଶକ୍ତି ବଢ଼ାଇଥାଏ। ୧୧.ଧନିଆଁପତ୍ର ଆନିମିଆ ଭୋଗୁଥିବା ରୋଗୀମାନଙ୍କ ପାଇଁ ଉତ୍କୃଷ୍ଟ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍ ଥାଏ ଯାହା ଆନିମିଆକୁ ଦୂର କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.