Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

କଟକ ନନ୍ଦିସାହିରୁ ବିପୁଳ ପରିମାଣର କୋରେକ୍ସ ଜବତ, ୪ଗିରଫ

26/03/2019 at 4:05 PM

ଭୁବନେଶ୍ବର ୨୬|୩ : ଭୁବନେଶ୍ବର ବଡଗଡ ଥାନା ପୋଲିସ କଟକ ନନ୍ଦି ସାହିରୁ ବ୍ୟାପକ ପରିମାଣର କୋରେକ୍ସ ଜବତ କରିଛି । କୋରେକ୍ସ ଚୋରା ବେପାର କରିବା ଅଭିଯୋଗରେ ଔଷଧ ଦୋକାନ ମାଲିକଙ୍କ ସମେତ ଚାରିଜଣଙ୍କୁ ଗିରଫ କରାଯାଇଛି ।

ପେଟିଏ ନୁହେଁ କି ଦୁଇ ପେଟି । ସମ୍ପୂର୍ଣ୍ଣ ୧୨୦ ପେଟି କୋରେକ୍ସ ଜବତ କରିଛି ବଡଗଡ ଥାନା ପୋଲିସ । କୋରେକ୍ସ ଚୋରା ବେପାର କରିବା ଅଭିଯୋଗରେ କଟକ ନନ୍ଦି ସାହିର ଔଷଧ ବ୍ୟବସାୟୀ ଅଜୟ ଅଗ୍ରୱାଲଙ୍କ ସମେତ ଚାରିଜଣଙ୍କୁ ଗିରଫ କରାଯାଇଛି । ଏହି କୋରେକ୍ସ ଗୁଡିକ ନିଶା ଖାଉଥିବା ଲୋକ ମାନଙ୍କୁ ବିକ୍ରି କରାଯାଉଥିଲା । ଗୋଟିଏ ବୋତଲରେ ରହିଥିବା ୨ଶହ ଗ୍ରାମ କୋରେକ୍ସରେ ଏକ ମିଲିଗ୍ରାମ କୋକେନର ପରିମାଣ ରହୁଛି । ଯାହାକୁ ପାଣିରେ ମିଶାଇ ପିଇବା ଦ୍ବାରା ଏକ ବୋତଲ ମଦର ନିଶା ସହିତ ସମାନ ହେବ । ଗୋଟିଏ କୋରେକ୍ସ ବୋତଲର ପ୍ରକୃତ ଦାମ୍ ୪୦ ଟଙ୍କା ହୋଇଥିବା ବେଳେ ନିଶାଖୋର ଲୋକମାନେ ଏହାକୁ ୬୦ରୁ ୭୦ ଟଙ୍କାରେ କିଣୁଥିଲେ । ନନ୍ଦି ସାହିରୁ ୨୪ ହଜାର ୨୩୦ ବୋତଲ କୋରେକ୍ସ ଜବତ କରାଯାଇଥିବା ପୋଲିସ କମିସନର ସୂଚନା ଦେଇଛନ୍ତି । ଏହି କୋରେକ୍ସ ଦିଲ୍ଲୀର ଏକ କମ୍ପାନୀରୁ ଭୁବନେଶ୍ବର ଆସୁଥିଲା ।

ଗିରଫ ଚୋରା କୋରେକ୍ସ ବ୍ୟବସାୟୀଙ୍କ ନାଁରେ ଔଷଧ ବିକ୍ରି କରିବା ପାଇଁ ଡ୍ରଗ୍ ଲାଇସେନ୍ସ ରହିଛି । ଏତେ ପରିମାଣର କୋରେକ୍ସ ରଖି ସେଲ୍ କରିଥିବା ସ୍ବୀକାର କରିଛନ୍ତି । ସୋମବାର ବଡଗଡ ଥାନା ଅଧିନରେ ଗିରଫ ହୋଇଥିବା ୪ଜଣ ଲୁଟେରାଙ୍କ ନିକଟରୁ ଏହି କୋରେକ୍ସ ବେପାରୀଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା କମିସନରେଟ୍ ପୋଲିସ ।

ତେବେ ପ୍ରଶ୍ନ ଉଠୁଛି ଏହି କୋରେକ୍ସ ଆସୁଥିବା ଦିଲ୍ଲୀର ବ୍ୟବସାୟୀଙ୍କ ନିକଟରେ କମିସନରେଟ୍ ପୋଲିସ ପହଁଚିବ ନାଁ ଏତିକିରେ ଫାଇଲ ବନ୍ଦ କରିଦେବ ।

   Related Posts