Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଗଣେଶ ମନ୍ଦିରକୁ ଜବର ଦଖଲ କରି କୋଟି କୋଟି ଟଙ୍କା ଭଡା ଆଦାୟ, ଏକ ନମ୍ବର ହାଟ ବ୍ୟବସାୟୀ ସଂଘର ସଭାପତିଙ୍କ ନାମରେ ମାମଲା ରୁଜୁ କଲା ବିଏମ୍‌ସି

4/11/2019 at 6:01 PM

ଭୁବନେଶ୍ୱର  ୦୪ ।୧୧ – ରାଜଧାନୀରେ ଏକ ନମ୍ବର ହାଟରେ ଥିବା ଗଣେଶ ମନ୍ଦିରରୁ ଜବରଦଖଲ ଉଚ୍ଛେଦ କରିବ ବିଏମସି । ଏକ ନମ୍ବର ହାଟ ବ୍ୟବସାୟୀ ସଂଘର ସଭାପତି ଗୟାଧର ସ୍ବାଇଁ ଏହାକୁ ନିଜ କବ୍‌ଜାରେ ରଖିବା ସହ ଭଡ଼ା ଲଗାଇ କୋଟି କୋଟି ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଥିଲା । ତେବେ ଗୟାଧରଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେବା ସହ ତାଙ୍କ ବିରୋଧରେ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର । ….

ସରକାରୀ ଯାଗାକୁ ଜବରଦଖଲ କରି ନିଜ ମନମାନି ଚଳାଇଥିବା ଏକ ନମ୍ବର ହାଟ ବ୍ୟବସାୟୀ ସଂଘର ସଭାପତି ଗୟାଧର ସ୍ବାଇଁଙ୍କ ବିରୋଧରେ ଥାନାରେ ମାମଲା । ରାଜଧାନୀରେ ଏକ ନମ୍ବର ହାଟରେ ଥିବା ଗଣେଶ ମନ୍ଦିରକୁ ନିଜ କବ୍‌ଜାକୁ ନେଇ ବିଏମସି ତାଲା ପକାଇଥିବା ବେଳେ ତାଲା ଭାଙ୍ଗିବା ଅଭିଯୋଗରେ ଗୟାଧରଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ବିଏମସି । ଖୁବ୍‌ ଶୀଘ୍ର ଏଠାରୁ ଜବରଦଖଲ ଉଚ୍ଛେଦ ସହ ଗୟାଧରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ।

ଏକ ନମ୍ବର ହାଟରେ ଥିବା ଗଣେଶ ମନ୍ଦିର ଘରକୁ ଭଡ଼ାରେ ଲଗାଇ ଗୟାଧର କୋଟି କୋଟି ଟଙ୍କା ଆତ୍ମସାତ୍‌ କରୁଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ବର୍ଷ ଧରି ଗୟାଧର ଏହି କାରନାମା ଚଳାଇଥିବା ବେଳେ ଏବେ ତାଙ୍କ ବିରୋଧରେ ଆକ୍ସନ ପାଇଁ  ଅଣ୍ଟା ଭିଡିଛି ବିଏମସି । ରାଜଧାନୀ କଞ୍ଚା ପନିପରିବା ମହାସଂଘ ମଧ୍ୟ ଗୟାଧରଙ୍କ ମନମାନି ବିରୋଧରେ ବିଏମସି କମିଶନରଙ୍କ ନିକଟରେ ଫେରାଦ୍‌ ହୋଇଥିଲା ।

ଦୀର୍ଘ ବର୍ଷ ଧରି ୧ନମ୍ବର ହାଟରେ ନିଜର ମନମାନି ଚଳାଇଥିଲେ ଗୟାଧର ସ୍ବାଇଁ । ଏମିତିକି ହାଟରେ ପିଣ୍ଡି ବଣ୍ଟନରେ ଅନିୟମିତତା, ଏବଂ ପିଣ୍ଡିକୁ ନେଇ ବ୍ୟବସାୟ କରିବା ଭଳି ସଂଗୀନ୍‌ ଅଭିଯୋଗ ମଧ୍ୟ ଗୟାଧରଙ୍କ ବିରୋଧରେ ଆସିଥିଲା । ତେବେ ଏସବୁ ଅନିୟମିତତାର ଚେର ଏବେ  ଖୋଳିପାରେ ବିଏମସି । 

   Related Posts