ମହିଳା ଗାଉଛନ୍ତି, 'କରୋନା ଭାଗ୍‌ ଯାଆ...' ଦେଖନ୍ତୁ କାହିଁକି ଏତେ ଲୋକଙ୍କ ପସନ୍ଦ ହୋଇଛି ଏହି ଭିଡିଓ

Published By : Prameya-News7 Bureau | March 10, 2020 IST

ନୂଆଦିଲ୍ଲୀ୧୦/୩: ୧୦୦ରୁ ଉର୍ଦ୍ଧ୍ବ ଦେଶରେ କରୋନା ଭାଇରସ୍‌ ବ୍ୟାପି ଗଲାଣି। ଗତ ଡିସେମ୍ବର ଶେଷ ବେଳକୁ ଚାଇନାର ଓ୍ବାହାନ ସହରରେ  ଏହି ଭାଇରସ୍‌ର ଉତ୍ପତ୍ତି ହୋଇଥିଲା। ଏହି ସଂକ୍ରମଣ ରୋଗ ଯୋଗୁଁ ବିଶ୍ବରେ ୩,୮୦୦୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇ ସାରିଲେଣି। ଦେଶର ଜନସାଧାରଣ କିପରି ସୁରକ୍ଷିତ ରହିବେ ଏ ନେଇ କରୋନା ଉପରେ ଏକ କୌତୁକିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

କିନ୍ତୁ ଭାରତୀୟ ମହିଳାମାନେ କୋରନା ଭାଇରସ୍‌କୁ ଦୂରେଇ ପାଇଁ ନିଜ ତରିକା ଆପଣାଇଛନ୍ତି। ଗୀତ ମାଧ୍ୟମରେ କରୋନା ଭାଇରସ୍‌କୁ ବିରୋଧ କରିଛନ୍ତି। ମହିଳାମାନେ ଗୀତ ରଚନା କରି ଗାଇଛନ୍ତି ଯେ “ ଦେଶ ଛାଡ଼ି ଚାଲିଯାଆ କରୋନା”। ଏହି ଗୀତର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ରାଜସ୍ଥାନରେ ପ୍ରସ୍ତୁତି ହୋଇଛି। ଗୀତ ଗାଇଛନ୍ତି କିଛି ରାଜସ୍ଥାନୀ ମହିଳା।

wp:html /wp:html

ମହିଳାମାନଙ୍କ ଗୀତକୁ ନେଇ ସବୁଆଡ଼େ ଚର୍ଚ୍ଚା ମଧ୍ୟ ଚାଲିଛି। “କରୋନା ଭାଗ୍ ଯାଆ… କରୋନା ଭାଗ୍ ଯାଆ, ଭାରତ ଥାରୋ କେନ କାମରେ’’। ଏହି ଗୀତର ଅର୍ଥ ହେଉଛି କରୋନ ତୁ ଚାଲି ଯାଆ, ଭାରତରେ ତୋର କୌଣସି କାମ ନାହିଁ। କରୋନା ଭୟରେ ପୂରା ବିଶ୍ବ ଆତଙ୍କିତ। ପୁଣି ଭାରତରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନାରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ସଂଖ୍ୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.