Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

ରେକର୍ଡ କରୁଛି ସଂକ୍ରମଣ: ୨୪ ଘଣ୍ଟାରେ ୧.୧୫ ଲକ୍ଷ ନୂଆ ମାମଲା, ମହାରାଷ୍ଟ୍ରରେ ସର୍ବାଧିକ

7/04/2021 at 9:03 AM

ନୂଆଦିଲ୍ଲୀ,୭|୪: ଦେଶରେ ରେକର୍ଡ କରିବାରେ ଲାଗିଛି ମହାମାରୀ । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ନୂଆ ମାମଲା ସାମ୍ନାକୁ ଆସିଛି । ୧.୧୫ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ରବିବାର ୧.୩ ଲକ୍ଷରୁ ଅଧିକ ମାମଲା ଥିଲା । ହେଲେ ଏବେ ସବୁ ରେକର୍ଡ ପାର୍ କରିଛି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨, ୭୯୯, ୭୪୬ ରହିଛି ।

ଫଳରେ ସକ୍ରିୟ ମାମଲା ୮୦୦, ୦୦୦ ପାର୍ କରିଛି । ଭାରତରେ ଆକ୍ଟିଭ କେସ ଅନୁଯାୟୀ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩୧ ଜଣଙ୍କ ଜୀବନ ନେଲାଣି କିଲର ଭାଇରସ୍ । ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬, ୨୦୮ରେ ପହଞ୍ଚିଛି । ବିଶେଷଜ୍ଞଙ୍କ ମତରେ କରୋନାର ୨ୟ ଲହର ପ୍ରଥମ ଲହର ତୁଳନାରେ ଅଧିକ ଭୟାବହ ହେଉଛି । ମହାମାରୀରେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ୫ ରାଜ୍ୟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଚିନ୍ତାଜନକ ବିଷୟ ଲଗାତାର ମହାରାଷ୍ଟ୍ରରେ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫୫,୦୦୦ ନୂଆ ମାମଲା ସହ ମୁମ୍ୱାଇରେ ୧୦,୦୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜଧାନୀ ଦିଲ୍ଲୀରେ ବି ଭୟଙ୍କର ରୂପ ନେଉଛି ଭୂତାଣୁ । ଏଠାରେ ଦିନକରେ ୫ ହଜାର ପାର କରିଛି ଅଙ୍କ । ୨୦୨୦ ସେପ୍ଟେମ୍ୱର ପରେ ପ୍ରଥମ ଥର ପାଇଁ ଏଭଳି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

   Related Posts