Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଦିଲ୍ଲୀ ସରକାରଙ୍କ କରୋନା ଆକ୍ସନ: ଆଇପିଏଲ୍‌ ମ୍ୟାଚ୍ ମନା, ସର୍ବସାଧାରଣ ସ୍ଥାନରେ ଏକାଠି ହେବେ ନାହିଁ ୨୦୦ ଲୋକ

13/03/2020 at 2:03 PM

ନୂଆଦିଲ୍ଲୀ୧୩/୩: କରୋନା ଭୟ​‌ରେ ପୂରା ବିଶ୍ବ ଆତଙ୍କିତ। ଏପରି କି ଭାରତରେ ମଧ୍ୟ କରୋନା ପ୍ରାଦୁର୍ଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟ ହେବାକୁ ଥିବା ୨ଟି ଦିନିକିଆ ମ୍ୟାଚ୍‌ ବିନା​‌ ଦର୍ଶକ​‌ରେ ଖେଳା ଯିବ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ ହୋଇଛି। ଦିଲ୍ଲୀରେ ହେବାକୁ ଥିବା ଆଇପିଏଲ୍ ମ୍ୟାଚ୍ କିମ୍ବା କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ଆଜି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସଂପର୍କରେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନି​‌ଷ ସିଶୋଦିଆ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଦିଲ୍ଲୀରେ କୌଣସି ସେମିନାର, ସମ୍ମିଳନୀ କିମ୍ବା ବଡ଼ ଧରଣର କାର୍ଯ୍ୟକ୍ରମ ହେବ ନାହିଁ ବୋଲି ମନିଷ କହିଛନ୍ତି। ଏପରି କି ୨୦୦ରୁ ଅଧିକ ଲୋକେ ଗୋଟିଏ ସ୍ଥାନରେ ଏକାତ୍ରିତ ହେବା ହେଇପାରିବେ ନାହିଁ।

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସହରରେ ସରକାରୀ ନିର୍ଦ୍ଦେଶର କଡାକଡି ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଏବଂ ଏସଡିଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ମଧ୍ୟ ବିନା ଦର୍ଶକରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଖେଳାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଥିଲା।

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜଧାନୀରେ ଥିବା ସମସ୍ତ ସିନେମା ହଲ ବନ୍ଦ କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। “ଦିଲ୍ଲୀ ସରକାର କରୋନା ଭାଇରସକୁ ମହାମାରୀ ଘୋଷଣା କରିଛନ୍ତି। ଏହି କରୋନରୁ ମୁକ୍ତି ପାଇବା ପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ଅଛି ବୋଲି ଦିଲ୍ଲୀ ସରକାର ସଚେତନତା କରିଛନ୍ତି।

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସିନେମା ହଲ୍, ସ୍କୁଲ, କଲେଜ ବନ୍ଦ ରହିବ, କିନ୍ତୁ ନିର୍ଦ୍ଧାରିତ ସମୟ ଅନୁଯାୟୀ ପରୀକ୍ଷା ଜାରି ରହିବ। ଜନସାଧାରଣଙ୍କ ସମାବେଶରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀ ପ୍ରଶାସନ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛି ଯେ ସମସ୍ତ କାର୍ଯ୍ୟାଳୟ, ସପିଂ ମଲ୍ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନକୁ ପ୍ରତିଦିନ ଡିଜେନ୍ସିଫ୍ କରାଯିବା ବାଧ୍ୟତାମୂଳକ।

   Related Posts