ମୋବାଇଲ ପାଇଁ ଥାନାରେ ଥାର୍ଡ ଡିଗ୍ରୀ , ଭିଡିଓ ଭାଇରାଲ ପରେ…

Published By : Prameya-News7 Bureau | January 10, 2020 IST

ଲକ୍ଷ୍ନୌ ୧୦।୦୧: ଥାନାରେ ଥାର୍ଡ ଡିଗ୍ରୀ । ମୋବାଇଲ୍ ଚୋରି ଅଭିଯୋଗରେ ଯୁବକଙ୍କୁ ଦିଆଯାଇଛି ଥାର୍ଡ ଡିଗ୍ରୀ । ଥାନାର ୩ ଜଣ କନଷ୍ଟେବଲ୍  ଯୁବକଙ୍କୁ ଧରି ନିସ୍ତୁକ ମାରୁଛନ୍ତି । ତାଙ୍କ ମୁହଁରେ ଗୋଡ ରଖି ମାଡ ମରାଯାଉଛି ।  ଘଟଣାଟି ଘଟିଛି ଉତ୍ତର ପ୍ରଦେଶ ଦେବରିଆ ଜିଲ୍ଲା ମଦନପୁର ଥାନାରେ ।

ମହେନ ଗାଁର ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍ ଚୋରି ହୋଇଥିବା ଏବଂ ଗାଁର ଜଣେ ଯୁବକ ଏହାକୁ ଚୋରି କରିନେଇଥିବା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଯାଇ ଗାଁରୁ ସଂପୃକ୍ତ ଯୁବକଙ୍କୁ ଉଠାଇ ଆଣିଥିଲା । ମୋବାଇଲ୍ ଚୋରି ସଂପର୍କରେ ସ୍ବୀକାର କରିବା ପାଇଁ ଥାନାରେ ତାଙ୍କୁ ଏପରି ନିର୍ଯାତନା ଦିଆଯାଇଥିଲା । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଭାଇରାଲ୍ ହେବାରେ ଲାଗିଛି । ଘଟଣା ଏବେ ଉତ୍ତରପ୍ରଦେଶ ପୋଲିକୁ କାଠଗଡାରେ ଛିଡା କରାଇଛି ।  ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଛି । ଉତ୍ତର ପ୍ରଦେଶ ଗୃହ ବିଭାଗ ସଂପୃକ୍ତ ୩ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସଂପୃକ୍ତ ଯୁବକଙ୍କ ମେଡିକାଲ୍ ଟେଷ୍ଟ କରାଯାଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.