Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଅଭିନେତା କରନ ଓବରୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିବା ମହିଳା ଫସିଲେ ନିଜ ଜାଲରେ, ପୋଲିସ କଲା ଗିରଫ

18/06/2019 at 1:32 PM

ମୁମ୍ବାଇ୧୮|୬: ଟିଭି ଅଭିନେତା କରନ ଓବରୋୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିବା ୩୪ ବର୍ଷ ବୟସ୍କା ମହିଳାଙ୍କୁ ପୋଲିସ ଗିରଫ କରିଛି। ଅବିଯୋଗ ପରେ କରନଙ୍କୁ ପୋଲିସ ଗିରଫ କରିଥିଲା । ଗତ ମାସରେ ନିଜ ଉପରେ ଆକ୍ରମଣ ହୋଇଥିବାର ମିଛ ନାଟକ କରି ମହିଳା ଥାନାରେ ଅଭିଯୋଗ କରିଥିଲେ।

ଏହି ଅଭିନେତାଙ୍କୁ ବିବାହ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାପରେ ବ୍ଲାକ୍‌ମେଲ କରି ମିଛ ଭିଡିଓ କ୍ଲିପ୍‌ ତିଆରି କରିଥିଲେ ମହିଳା। ଏହି ଭିଡିଓ କ୍ଲିପ୍‌ ସାହାଯ୍ୟରେ ତାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ମାମଲା ରୁଜୁ କରିଥିଲେ। ମାମଲା ରୁଜୁ ହେବା ପରେ ପୋଲିସ ଜୁନ ମାସରେ ଅଭିନେତା କରନଙ୍କୁ ଗିରଫ କରିଥିଲା।

ମହିଳା ଜଣକ ଅଭିଯୋଗ କରିଥିଲେ ଯେ, କରନଙ୍କ କହିବା ଅନୁଯାଇ ୨ ଜଣ ଯୁବକ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହା ସମ୍ପୂର୍ଣ୍ଣ ମିଛ ବୋଲି ଜଣା ପଡିଥିବାରୁ ନାଟକ କରିଥିବା ୨ ଜଣ ଯୁବକ ମଧ୍ୟ ଗିରଫ ହୋଇଥିଲେ। ଗତ ଶୁକ୍ରବାର ମୁମ୍ବାଇ ହାଇକୋର୍ଟ ଟିଭି ଅଭିନେତାଙ୍କୁ ଜାମିନ ଦେଇଥିଲା।

ତେବେ ଅନୁସଂଧାନ କରିବାରୁ ଜଣା ପଡିଥିଲା ଯେ, ମେ ମାସ ୨୫ ତାରିଖରେ ମହିଳା ଜଣକ ନିଜ ଉପରେ ମିଛ ଆକ୍ରମଣ କରାଇଥିଲେ। ଅନ୍ୟପକ୍ଷରେ ଏହି ଘଟଣାରେ ତଦନ୍ତ ଶୈଳୀକୁ ନେଇ ଅଦାଲତ ପୋଲିସକୁ ଭତ୍ସନା କରିଛନ୍ତି ।   

   Related Posts