Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତମ୍ବା ମୁଦି ପିନ୍ଧିଲେ ଶରୀରକୁ ମିଳିଥାଏ ଏହି ୫ଟି ଲାଭ : ଜାଣନ୍ତୁ କଣ

ଆପଣଙ୍କ ମଧ୍ୟରୁ ଅନେକ ଜଣ ତମ୍ବା ବାସନରେ ରଖା ଯାଇଥିବା ପାଣି ପିଉଥିବେ ଏବଂ ଆପଣ ଗୁରୁଜନମାନେ କହିଥିବାବେଳେ ମଧ୍ୟ ଶୁଣିଥିବେ ଯେ ତମ୍ବା ବାସନରେ ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ। ତମ୍ବା ଅର୍ଥାତ୍ କପର,ତମ୍ବା ବାସନରେ ରଖା ଯାଇଥିବା ପାଣି ପିଇଲେ ଆପଣଙ୍କ ଶରୀରରେ କପରର ଅଭାବ ପୂରଣ ହୋଇଥାଏ। କପରର ଅଭାବରେ ସଂକ୍ରମଣର ଆଶଙ୍କା ବଢ଼ିଯାଇଥାଏ,ଏହା ଦ୍ବାରା ହାଡ଼ରେ ଦୁର୍ବଳତା ସହ ବାଳ ଏବଂ ତ୍ବଚା ଉପରେ କୁପ୍ରଭାବ ପଡ଼ିଥାଏ। ତମ୍ବାରେ ଥିବା କପର ଆପଣଙ୍କ ଶରୀରରେ ରୋଗକୁ ଦୂର କରି ଆପଣଙ୍କ ସ୍ବାସ୍ଥ୍ୟକୁ ଲାଭ ପହଞ୍ଚାଇଥାଏ। ଆର୍ୟୁବେଦ ଅନୁସାରେ,ତମ୍ବା ବାସନରେ ରଖା ଯାଇଥିବା ପାଣି ପିଇଲେ ବାତ,ପିତ୍ତ ଏବଂ କଫ ସନ୍ତୁଳିତ ରହିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ତମ୍ବାର ମୁଦି ପିନ୍ଧିଲେ ଆପଣଙ୍କ ସ୍ବାସ୍ଥ୍ୟକୁ ଅନେକ ଲାଭ ପହଞ୍ଚିଥାଏ।

ତମ୍ବା ମୁଦି ପିନ୍ଧିବାର ପରମ୍ପରା ବହୁତ ଦିନରୁ ଚାଲି ଆସୁଛି। ତମ୍ବାକୁ ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ଧାତୁ କୁହାଯାଇଥାଏ। ତମ୍ବା ଲୋଟାରେ ସୂର୍ଯ୍ୟଙ୍କୁ ପାଣି ଚଢ଼ାଯାଇଥାଏ। ଏହା ବ୍ୟତୀତ ତମ୍ବାକୁ ପୂଜା ପାଠରେ ମଧ୍ୟ ବ୍ୟବହାର କରାଯାଇଥାଏ। ସେହିପରି ତମ୍ବା ମୁଦି ପିନ୍ଧିବାର ମଧ୍ୟ ଅନେକ ଫାଇଦା ରହିଥାଏ। ତମ୍ବା ମୁଦି ପିନ୍ଧିଲେ ଏହା ଆପଣଙ୍କ ଶରୀରରେ ଥିବା ଜୀବାଣୁଗୁଡ଼ିକ ସହ ଲଢ଼ିଥାଏ ଏବଂ ଏହା ସହିତ ଏଥିରେ ଥିବା କପର ଯୋଗୁଁ ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ।

ତମ୍ବା ମୁଦି ପିନ୍ଧିଲେ ଏହା ଶରୀରର ବିଭିନ୍ନ ଯନ୍ତ୍ରଣା ସହ ପେଟ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ତରଳଝାଡ଼ାକୁ ଦୂର କରିବାରେ ମଧ୍ୟ ତମ୍ବା ମୁଦି ଲାଭଦାୟକ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ଅମ୍ଳପିତ୍ତ ସମସ୍ୟା ହୋଇନଥାଏ।

ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଅଧିକାଂଶ ଲୋକ ମାନସିକ ଚିନ୍ତାରେ ରହୁଛନ୍ତି। ଏପରି ପରିସ୍ଥିତିରେ ଯଦି ଆପଣ ତମ୍ବା ମୁଦି ପିନ୍ଧୁଛନ୍ତି,ତେବେ ଏହା ଶରୀର ପାଇଁ ଅତ୍ୟନ୍ତ ଶୀତଳକ ହୋଇଥାଏ। ଏହା ଶରୀରର ଉଷ୍ମତାକୁ କମ୍ କରି ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରିଥାଏ। ତମ୍ବା ମୁଦି ପିନ୍ଧିଲେ ମନ ଶାନ୍ତ ରହିଥାଏ ଏବଂ ରାଗକୁ କମ୍ କରାଯାଇଥାଏ। ଏଥିପାଇଁ ଯେଉଁମାନଙ୍କ ଏହି ସମସ୍ୟା ରହିଛି ଏବଂ କଥା କଥାରେ ରାଗିବା ସମସ୍ୟା ରହିଛି ତେବେ ସେମାନଙ୍କୁ ତମ୍ବାମୁଦି ପିନ୍ଧିବା ଆବଶ୍ୟକ।

ତମ୍ବା ମୁଦି ପିନ୍ଧିବା ଦ୍ବାରା ଆପଣଙ୍କ ରକ୍ତ ପ୍ରବାହ ଠିକ୍ ଢଙ୍ଗରେ ହୋଇଥାଏ। ତମ୍ବା ମୁଦି ସବୁବେଳେ ଶରୀରର ସମ୍ପର୍କରେ ରହିଥାଏ। ଯାହା ଦ୍ବାରା ଶରୀରକୁ ଏହାର ଔଷଧୀୟ ଗୁଣ ମିଳିଥାଏ ଏବଂ ରକ୍ତକୁ ଶୁଦ୍ଧ କରିବାରେ ସାହାଯ୍ୟ ମିଳିଥାଏ। ଏହା ବ୍ୟତୀତ ଏହା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏହା ଦ୍ବାରା ଆର୍ଥରାଇଟିସ୍ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ତମ୍ବା ମୁଦି ପିନ୍ଧିବା ଦ୍ବାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଉଚ୍ଚ ରକ୍ତଚାପ ଏବଂ ନିମ୍ନ ରକ୍ତଚାପ ରୋଗୀଙ୍କ ପାଇଁ ତମ୍ବାମୁଦି ଲାଭଦାୟକ। ଏହା ବ୍ୟତୀତ ଏହା ଶରୀରର ଫୁଲା ସମସ୍ୟାକୁ ମଧ୍ୟ ଦୂର କରିଥାଏ।

ତମ୍ବାମୁଦି, କଡ଼ା କିମ୍ବା ବ୍ରେସଲେଟ୍ ପିନ୍ଧିବା ଦ୍ବାରା ଶରୀରରେ କପରର ଅଭାବ ହୋଇନଥାଏ। କାରଣ ଏହାକୁ ତ୍ବଚା ମାଧ୍ୟମରେ ଅବଶୋଷିତ କରାଯାଇପାରିବ। ଏହା ବ୍ୟତୀତ ତମ୍ବା ମୁଦି ପିନ୍ଧିବା ଦ୍ବାରାତ୍ବଚା ଏବଂ ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ରୋଗ ଦୂର କରାଯାଇପାରିବ।

ସାବଧାନତା:

ତମ୍ବାମୁଦିର ସିଧାସଳଖ ସମ୍ପର୍କ ସୂର୍ଯ୍ୟ ସହ ହୋଇଥାଏ। ଏଥିପାଇଁ ତମ୍ବାମୁଦିକୁ ସୂର୍ଯ୍ୟ ଆଙ୍ଗୁଠି ଅର୍ଥାତ୍ ଅନାମିକା ଆଙ୍ଗୁଠିରେ ପିନ୍ଧିବା ଆବଶ୍ୟକ। ଏହା ଦ୍ବାରା ଜାତକରୁ ସୂର୍ଯ୍ୟଙ୍କ ଦୋଷ ଦୂର ହୋଇଥାଏ।

ଆୟୁର୍ବେଦ ଅନୁସାରେ, ତମ୍ବା ମୁଦି ପିନ୍ଧିବା ଦ୍ବାରା ତ୍ବଚାରେ ରାସାୟନିକ ପ୍ରକ୍ରିୟା ହୋଇ ଲୁଣ ଆକାରରେ ତ୍ବଚାରେ ପ୍ରବେଶ କରିଥାଏ ଏବଂ ରକ୍ତରେ ଯାଇ ମିଶିଥାଏ। ଏପରି କ୍ଷେତ୍ରରେ ପଲିସ୍ ହୋଇଥିବା କିମ୍ବା କୋଟେଡ ତମ୍ବା କାମ କରି ନଥାଏ। ଏଥିପାଇଁ ଖାଣ୍ଟି ତମ୍ବା ମୁଦି ପିନ୍ଧିବା ଆବଶ୍ୟକ। ତମ୍ବାମୁଦି ପିନ୍ଧିବା ଆଗରୁ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।​

376 Views

   ସମ୍ବନ୍ଧିତ ଖବର