Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୬ ବର୍ଷୀୟ ଯୁବତୀଙ୍କୁ କହିଲେ ଇନ୍ସପେକ୍ଟର, ପ୍ରଥମେ ମୋ ସାମ୍ନାରେ ନାଚେ, ତା ପରେ ରୁଜୁ ହେବ ଏଫଆଇଆର

17/08/2020 at 8:30 PM

ନୂଆଦିଲ୍ଲୀ ୧୭।୦୮: ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ୧୬ ବର୍ଷୀୟ ଯୁବତୀ ଅଭିଯୋଗ କରିଛନ୍ତି ଉତ୍ତର ପ୍ରଦେଶର ଗୋବିନ୍ଦ ନଗର ପୋଲିସ  ଷ୍ଟେସନର ଜଣେ ଇନ୍ସପେକ୍ଟର  ତାଙ୍କ ଘର ମାଲିକଙ୍କ ପୁତୁରା ବିରୋଧରେ ଏଫଆଇଆର ରୁଜୁ କରିବା ବଦଳରେ ନାଚିବାକୁ କହିଥିଲେ। ଯୁବତୀ କହିଛନ୍ତି ଇନ୍ସପେକ୍ଟର ତାଙ୍କୁ ଅଡୁଆ ସମୟରେ ପୋଲିସ ଷ୍ଟେସନକୁ ଡକାଇ ତାଙ୍କ ସାମ୍ନାରେ ନାଚିବାକୁ କହିଥିଲେ। ନାଚିଲେ ଯାଇ ଏଫଆଇଆର ରୁଜୁ କରାଯିବ ବୋଲି ଇନ୍ସପେକ୍ଟର କହିଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି।

ୟୁପିର ଗୋବିନ୍ଦ ନଗରର ଦକ୍ଷିଣ ଅଞ୍ଚଳ ଦାବୁଲିରେ ଯୁବତୀ ନିଜ ପରିବାରରଙ୍କ ସହ ଭଡା ଘରେ ରୁହନ୍ତି। ଯୁବତୀଙ୍କ ପରିବାର ଲୋକ ଜାଗରଣ ପାର୍ଟି କରି ଗୁଜୁରାଣ ମେଣ୍ଟାନ୍ତି। ଯୁବତୀ ଜଣକ କହିଛନ୍ତି ଘର ମାଲିକଙ୍କ ପୁତୁରା ତାଙ୍କ ପ୍ରତି ଆଶାଳୀନ ବ୍ୟବହାର କରିବା ସହିତ ଘରୁ ବଳପୂର୍ବକ କାଢି ଦେବାକୁ ଧମକ ଦେଇଥିଲା। ମାଲିକଙ୍କ ପୁତୁରା ବିରୋଧରେ ଥାନାରେ ଏଫଆଇଆର ଦେବାକୁ ଆସିଥିଲି।

ଝିଅର ମା କହିଛନ୍ତି  ଦୋଷୀ ମାଲିକଙ୍କ ପୁତୁରା ଅନୁପ ଯାଦବ ଜୁଲାଇ ୨୬ରେ ତାଙ୍କ ଘରେ ବଳପୂର୍ବକ ପଶି ସେମାନଙ୍କ ଉପରେ ଆକ୍ରମଣ କରିଥିଲା। ଅଗଷ୍ଟ ୭ ରାତିରେ ବଜାରରୁ ଘରକୁ ଫେରିବା ବେଳେ ଦୋଷୀ ମୋ ଝିଅ ସହିତ ଆଶାଳୀନ ବ୍ୟବହାର କରିଥିଲା। ଏହା ପରେ ଝିଅ ଯେତେ ବେଳେ ଏଫଆଇଆର ଦେବାକୁ ଗୋବିନ୍ଦନଗର ପୋଲିସ ଷ୍ଟେସନ ଗଲା, ସେଠାରେ ଇନ୍ସପେକ୍ଟର ଅନୁରାଗ ମିଶ୍ର ମୋ ଝିଅକୁ ପ୍ରଥମେ ନାଚିବାକୁ  କହିଥିଲେ ବୋଲି ଯୁବତୀଙ୍କ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି।

ଗୋବିନ୍ଦ ନଗର ସର୍କିଲ ଅଫିସର ବିକାଶ କୁମାର ପାଣ୍ଡେ କହିଛନ୍ତି ଗୋଟିଏ ଘର ଉପରେ କବଜାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପୂର୍ବରୁ ବିବାଦ ଚାଲିଥିଲା। ପାଣ୍ଡେ କହିଛନ୍ତି ଯେ, ଏଫଆଇଆର ରୁଜୁ କରିବା ଭଳି ଅଭିଯୋଗରେ କିଛି ଦମ ନାହିଁ। ପ୍ରଥମତଃ ପୋଲିସ ଉପରେ ଚାପ ପକାଇବା ପାଇଁ ଯୁବତୀଜଣକ ଭାଇରାଲ ଭିଡିଓ କହିଛନ୍ତି। ଏହାକୁ ନେଇ ଯାଞ୍ଚ ଜାରି ରହିଥିବା ପୋଲିସ କହିଛି।

   Related Posts