ସାତକୋଶିଆରେ ପୋଲିସ-ଉତ୍ତ୍ୟକ୍ତ ଲୋକ ମୁହାଁମୁହିଁ , ୩ଟି ଭ୍ୟାନ ପୋଡ଼ି ଓ ପୋଲିସକୁ ପଥରମାଡ଼ ,ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସର ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ

Published By : Prameya-News7 Bureau | October 21, 2018 IST

ସାତକୋଶିଆ;୨୧/୧୦-ସାତକୋଶିଆରେ  ପ୍ରବଳ ଉତ୍ତେଜନା ।  ପୋଲିସ- ସାଧାରଣ ଲୋକେ ମୁହାଁମୁହିଁ ।  ଏକ ପ୍ରକାର ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।  ପୋଲିସ କର୍ମୀଙ୍କ ସମେତ ସାଧାରଣ ଲୋକେ  ଆହାତ ହୋଇଛନ୍ତି ।  ୩ଟି ପୋଲିସ ଜିପ୍  ପୋଡିଦେଲେ ସାଧାରଣ ଲୋକେ ।  ରାସ୍ତାର ଉଭୟ ପାର୍ଶ୍ବରେ  ଗାଡି ମଟର ଅଟକି ରହିଥିଲା ।  ପୋଲିସ ମାଡରେ ଅନେକ ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି ।  ସାଧାରଣ ଲୋକଙ୍କ ପଥର ମାଡରେ ମଧ୍ୟ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ରଖିବାକୁ  ପୋଲିସ ପକ୍ଷରୁ ଲୁହବୁଆ ଗ୍ୟାସ  ଓ ଲାଠିଚାର୍ଜ ପ୍ରୟୋଗ କରାଯାଇଛି ।  ସ୍ଥିତି ନିୟନ୍ତ୍ରଣ ଆଣିବାକୁ ପୋଲିସ ପକ୍ଷରୁ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସୂଚନାଯୋଗ୍ୟଯେ  ଆଜି ରକ୍ତ ମୁଖା ହୋଇ ପଡିଥିଲା ବାଘୁଣୀ  ସୁନ୍ଦରୀ । ସାତକୋଶିଆରେ ଆତଙ୍କ  ଖେଳାଇ ଚାଲିଛି  ବାଘୁଣୀ ।   ଅନୁଗୁଳ ଟାଇଁସିରେ ଜଣେ ଲୋକଙ୍କୁ ମାରିଥିବା ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଜଣେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧୀଙ୍କୁ ବାଘୁଣୀ ସୁନ୍ଦରୀ ଆକ୍ରମଣ କରି ଲହୁଲୁହାଣ କରିପକାଇଛି  ।  ଗୁରୁତର ଅବସ୍ଥାରେ ସମ୍ବାଦିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ସୁନ୍ଦରୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାଁ ତ୍ରିନାଥ ସାହୁ । ସେ ମାଛ ମାରୁଥିବା ବେଳେ ସୁନ୍ଦରୀ ଆକ୍ରମଣର ଶିକାର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.