Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

କମ୍ପ୍ୟୁଟରରୁ ଲାଗିଲା ନିଆଁ, ଜଳିଗଲେ ସେବା ସମବାୟ ସମିତି ସେକ୍ରେଟାରୀ

16/01/2020 at 3:49 PM

ବ୍ରହ୍ମପୁର ୧୬।୧: ସମବାୟ ସମିତି ସେକ୍ରେଟାରୀ ଜଗନ୍ନାଥ ପାତ୍ରଙ୍କର ସର୍ଟ ସର୍କିଟ୍ ଯୋଗୁଁ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଲୋଚାପଡା ଗ୍ରାମରେ ଥିବା ସେବା ସମବାୟ ସମିତି ବ୍ୟାଙ୍କର ସମସ୍ତ କର୍ମଚାରୀ ଆଜି ମଧ୍ୟାହ୍ନ ସମୟରେ ବ୍ୟାଙ୍କ ବାହାରକୁ ଯାଇଥିବା ବେଳେ ଜଗନ୍ନାଥ ଏକାକୀ ବ୍ୟାଙ୍କରେ ଥିଲେ ।

ଏହି ସମୟରେ ଏକ କମ୍ପ୍ୟୁଟରରୁ ହଟାତ୍ ନିଆଁ ବାହାରିଥିଲା । ଫଳରେ ଜଗନ୍ନାଥଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ଜଗନ୍ନାଥଙ୍କ ମୃତ୍ୟୁ ହୋଇସାରିଥିଲା । ସଦର ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ।

   Related Posts