ଦର୍ଶକଙ୍କ ମନକୁ ଛୁଇଁପାରିଲାନି ‘କୁଲି ନମ୍ବର ଓ୍ବାନ୍’, IMDBରେ ମିଳିଲା ୧.୩ ରେଟିଙ୍ଗ୍

Published By : Prameya-News7 Bureau | December 29, 2020 IST

ମୁମ୍ବାଇ ୨୯।୧୨: ବଲିଉଡ୍ ଅଭିନେତା ବରୁଣ ଧାଓ୍ବନ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଙ୍କ ଫିଲ୍ମ ‘କୁଲି ନମ୍ବର ଓ୍ବାନ୍’ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିଛି । ସୋସିଆଲ ମିଡିଆରେ ଏହି ଫିଲ୍ମର ମଜାକ ଉଡାଉଛନ୍ତି ୟୁଜର୍ସ । କେବଳ ଏତିକି ନୁହେଁ ଫିଲ୍ମର ଅବସ୍ଥା ଏତେ ଖରାପ ହୋଇଛି ଯେ IMDbରେ କେବଳ ୧.୩ ରେଟିଙ୍ଗ ଦେଇଛନ୍ତି ।

ଏହି ରେଟିଙ୍ଗ ପରେ ୟୁଜର୍ସ ସୋସିଆଲ ମିଡିଆରେ ପୁଣି ଥରେ ଏହି ଫିଲ୍ମର ମଜାକ ଉଡାଇବା ଆରମ୍ଭ କରିଦେଇଛନ୍ତି । ଫିଲ୍ମର ଗୋଟିଏ ଦୃଶ୍ୟର ଅଧିକ ମଜାକ ଉଡାଉଛନ୍ତି ଦର୍ଶକ । ଏହି ଫିଲ୍ମକୁ ଖରାପ ରିଭ୍ୟୁ ମଧ୍ୟ ମିଳିଛି ।

ଏଭଳି ଖରାପ ରେଟିଙ୍ଗ ମିଳିବା ପରେ ସୋସିଆଲ ମିଡିଆରେ ଲୋକଙ୍କୁ ମଜାକ ଉଡାଇବାକୁ ଆଉ ଏକ ମୌକା ମିଳିଗଲା । କମାଲ ଆର ଖାନ୍ ଙ୍କ ‘ଦେଶଦ୍ରୋହୀ’କୁ ୧.୪, ‘ହିମ୍ମତଓ୍ବାଲା’କୁ ୧.୭ ଏବଂ ‘ରେସ୍-୩’କୁ ୧.୯ ରେଟିଙ୍ଗ ମିଳିଥିବା ବେଳେ ‘କୁଲି ନମ୍ବର ଓ୍ବାନ୍’ ରୁ ଅଧିକ ରେଟିଙ୍ଗ ରହିଛି । ଉଲ୍ଲେଖଯୋଗ୍ୟ ଯେ, IMDbରେ ଏହାଠାରୁ ଅଧିକ ଖରାପ ରିଭ୍ୟୁ ଆଲିଆ ଭଟ୍ଟ ଏବଂ ସଞ୍ଜୟ ଦତ୍ତଙ୍କ ଫିଲ୍ମ ସଡକ-୨ କୁ ମିଳିଥିଲା ।

୧୯୯୫ର ଫିଲ୍ମର ରିକେମ୍ ହେଉଛି ‘କୁଲି ନମ୍ବର ଓ୍ବାନ୍’ । ବରୁଣ ଧାଓ୍ବନ ଏବଂ ସାରା ଅଲ୍ଲୀ ଖାନ୍ ଙ୍କ ବ୍ୟତୀତ ଫିଲ୍ମରେ ପରେଶ ରାଓ୍ବଲ, ରାଜପାଲ ଯାଦବ, ଜାଭେଦ ଜାଫରୀ, ଜନି ଲିବର ଏବଂ ଶିଖା ତଲସାନିୟାଙ୍କ ଭଳି ଅଭିନେତା/ଅଭିନେତ୍ରୀ ଅଭିନୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.